ଭୁବନେଶ୍ବର: ଗଲୱାନ ଶହୀଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ଶହୀଦ ନାଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଅସୀମ ସାହସ ଓ ବଳିଦାନକୁ ସାଲ୍ୟୁଟ କରିଛନ୍ତି ନବୀନ । ତେବେ ମରଣୋତ୍ତର ଭାବେ ନାଦୁରାମଙ୍କୁ ବୀର ଚକ୍ର ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ସେନା ପଦକ ସମ୍ମାନ ଦିଆଯାଇଛି ।
ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ - ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଗଲୱାନ ଶହୀଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି । ଶହୀଦ ନାଦୁରାମ ସୋରେନ ଓ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଅସୀମ ସାହସ ଓ ବଳିଦାନକୁ ସାଲ୍ୟୁଟ କରିଛନ୍ତି ନବୀନ । ଅଧିକ ପଢନ୍ତୁ...
![ଗଲୱାନ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ](https://etvbharatimages.akamaized.net/etvbharat/prod-images/768-512-10386543-thumbnail-3x2-loa.jpg)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଟ୍ବିଟ କରି ମୁଖ୍ୟମନ୍ତ୍ରୀ ଶ୍ରଦ୍ଧଞ୍ଜଳି ଦେଇଛନ୍ତି । ଏହାସହ ଗଲଓ୍ବାନ ଘାଟିରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ଶହୀଦ ହୋଇଥିବା ଭାରତୀୟ ସେନା ଅଧିକାରୀ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଛି । ପ୍ରକାଶଥାଉକି, ଏହି ଆକ୍ରମଣରେ 20 ଭାରତୀୟ ଯବାନ ମଧ୍ୟ ଶହୀଦ ହୋଇଥିଲେ । ପରେ ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ