ଓଡିଶା

odisha

ETV Bharat / city

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ - OSRTC buses inaugurated

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବରରେ ଥିବା ଓଏସ୍ଆଇଟିସିର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ଯାତ୍ରା ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଯାତ୍ରୀ ପାଇବେ ଅତ୍ୟାଧୁନିକ ସେବା
OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଯାତ୍ରୀ ପାଇବେ ଅତ୍ୟାଧୁନିକ ସେବା

By

Published : Sep 3, 2021, 9:32 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଶୁକ୍ରବାର) ଭୁବନେଶ୍ବରରେ ଥିବା ଓଏସ୍ଆଇଟିସିର ମୁଖ୍ୟ କାର୍ଯ୍ୟାଳୟରୁ ୧୧୦ଟି ନୂଆ ଅତ୍ୟାଧୁନିକ ବସ୍ ଯାତ୍ରା ଶୁଭାରମ୍ଭ କରିଛନ୍ତି । ଯାତ୍ରୀମାନଙ୍କୁ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି କିଛି ବସ ଲୋକାର୍ପଣ ହେବ । ଏହି ନୂଆ ବସ ପ୍ରଦୂଷଣ ରହିତ ଥିବାବେଳେ ବିଏସ୍-୬ ଶ୍ରେଣୀ ଭୁକ୍ତ । ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ମଧ୍ୟ ରହିଛି ।

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଯାତ୍ରୀ ପାଇବେ ଅତ୍ୟାଧୁନିକ ସେବା

ଗଡ଼ିଲା OSRTCର ୧୧୦ଟି ନୂଆ ବସ୍ । ଏଥର ଅତ୍ୟାଧୁନିକ ବସରେ ବସି ଯାତ୍ରା କରିବେ ଯାତ୍ରୀ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । OSRTC ଦ୍ୱାରା ଏହି ବସ ବ୍ୟବସ୍ଥା କରାଯାଇଥିଲାବେଳେ ଯାତ୍ରୀଙ୍କ ସୁବିଧା ନିମନ୍ତେ ବସ୍ ଟ୍ରାକିଂ ସିଷ୍ଟମ ରହିଛି । ବସରେ ରହିଛି ଜରୁରିକାଳୀନ ସୁରକ୍ଷା ବଟନ ବ୍ୟବସ୍ଥା । ସେହିପରି ଯାତ୍ରୀଙ୍କ ପାଇଁ ରହିଛି ଆରାମ ଦାୟକ ସିଟ୍ ।

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଯାତ୍ରୀ ପାଇବେ ଅତ୍ୟାଧୁନିକ ସେବା


ସୁରକ୍ଷା ପାଇଁ ସିସି ଟିଭି କ୍ୟାମେରା, ଆରାମଦାୟକ ସିଟ୍, ଆପାତ୍ତକାଳୀନ ବଟନ୍, vehicle tracking system, ଅଗ୍ନି ନିର୍ବାପକ ବ୍ୟବସ୍ଥା, ବସ୍‌ ମଧ୍ୟରେ ଯାତ୍ରୀ ମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ ନିମନ୍ତେ system ITMS ଭଳି ବିଭିନ୍ନ ବୈଷୟିକ ଜ୍ଞାନକୌଶଳଯୁକ୍ତ ସୁବିଧା ରହିଛି । ଏହି ବସ୍‌ ଗୁଡିକ ଆନ୍ତଃରାଜ୍ୟ ବସ୍‌ ପରିବହନରେ ମଧ୍ୟ ନିୟୋଜିତ ହେବ । ନିଗମ ପକ୍ଷରୁ ଚଳାଚଳ କରିବାକୁ ଥିବା ୧୮୦ଟି ନୂଆ ବସ୍‌ ମଧ୍ୟରୁ ଆଜି ୧୧୦ଟିର ଶୁଭାରମ୍ଭ ହୋଇଥିବା ବେଳେ, ଆଉ ୭୦ଟି ବସ୍‌ ଖୁବଶୀଘ୍ର ଚଳାଚଳ କରିବ ।

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ; ଯାତ୍ରୀ ପାଇବେ ଅତ୍ୟାଧୁନିକ ସେବା


ବର୍ତ୍ତମାନ ଓ.ଏସ୍.ଆଇ.ଟି.ସି ପକ୍ଷରୁ ୨୮ଟି ଜିଲ୍ଲାରେ ତଥା ୪୩ ଟି ଆନ୍ତଃରାଜ୍ୟ ମାର୍ଗରେ ୩୯୮ଟି ବସ୍‌ ଆନ୍ଧ୍ରପ୍ରଦେଶ, ପଶ୍ଚିମବଂଗ, ଝାରଖଣ୍ଡ ଓ ଛତିଶଗଡକୁ ସଂଯୋଗ କରୁଛି । ଆଜି ଯାତ୍ରା ଆରମ୍ଭ କରିଥିବା ୧୧୦ଟି ବସ୍‌ ଗୁଡିକ ଭଲ୍‌ବୋ, AC Uttra Delux, Non-AC Delux ତଥା Non-AC High Comfort bus ଅନ୍ତର୍ଭୁକ୍ତ ଅଟେ । ଏହା ସହ ଭୁବନେଶ୍ୱରରେ ଦୁଇଟି ମୋ ବସ୍‌ ଡିପୋର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭଗବାନପୁର ଓ ପଟିଆରେ ମୋ ବସ୍‌ ଡିପୋର ଉଦ୍‌ଘାଟନ ହେଉଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details