ଓଡିଶା

odisha

ETV Bharat / city

74 ତମ ସ୍ବାଧୀନତା ଦିବସ, ଭାରତର ଅଖଣ୍ଡତା ବଜାୟୀ ରଖିବାକୁ ନବୀନଙ୍କ ଆହ୍ବାନ - chief minister naveen pattanaik extend greeting to all happy independence day

ସ୍ବାଧୀନତା ଦିବସ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

ଭାରତର ଅଖଣ୍ଡତା ବଜାୟୀ ରଖିବାକୁ ନବୀନଙ୍କ ଆହ୍ବାନ
ଭାରତର ଅଖଣ୍ଡତା ବଜାୟୀ ରଖିବାକୁ ନବୀନଙ୍କ ଆହ୍ବାନ

By

Published : Aug 15, 2020, 8:56 AM IST

ଭୁବନେଶ୍ବର: ଆଜି ଦେଶ ପାଳୁଛି 74 ତମ ସ୍ବାଧୀନତା । ମହାମାରୀ କୋଭିଡ କଟକଣା ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଦିଲ୍ଲୀରୁ ପଲ୍ଲୀ ସବୁଠି ତ୍ରିରଙ୍ଗା ଫରଫର ଉଡୁଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନବୀନ ଟ୍ବିଟ କରି ସ୍ବାଧୀନତା ଦିବସରେ ରାଜ୍ୟବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି । ଶାନ୍ତି, ମୈତ୍ରୀର ମାର୍ଗରେ ଯାଇ ଦେଶର ଏକତା ଓ ଅଖଣ୍ଡତା ବଜାୟ ରଖିବା ସହ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ସେ ସମସ୍ତଙ୍କୁ ସଂକଳ୍ପବଦ୍ଧ କରିବାକୁ ଆହ୍ବାନ କରିଛନ୍ତି ।

ସେହିଭଳି ଦେଶର ଗୌରବ ଓ ଗାରିମା ଗାଥା ବହନ କରୁଥିବା ଆଜିର ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟବାସୀ ତଥା ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଟ୍ବିଟ କରି ଧର୍ମେନ୍ଦ୍ର ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ଏଥିସହ ଆଜି ଆତ୍ମନିର୍ଭରଶୀଳ ହେବାକୁ ସଂକଳ୍ପ ନେବାକୁ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଟ୍ବିଟ ଯୋଗେ ପ୍ରତାପ ଏକ କବିତା ସେୟାର କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି ’’ମୁଁ ସର୍ବଦା ଭରତବର୍ଷକୁ ବହୁତ ସମ୍ମାନ କରେ, ମୁଁ ଏଠାରେ ଚନ୍ଦ୍ରର ମାଟିକୁ ପ୍ରଶଂସା କରେ, ସ୍ୱର୍ଗକୁ ଯିବା ପାଇଁ ମୁଁ ଚିନ୍ତିତ ନୁହେଁ, ତ୍ରିରଙ୍ଗା ମୋର କଫିନ ହେଉ, ଏହା ହିଁ ଇଚ୍ଛା ମୋର ।’’

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ଭୁବନେଶ୍ବର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ । ଚଳିତ ବର୍ଷ ମାତ୍ର 100 ଅତିଥୀଙ୍କ ମଧ୍ୟରେ ଏହି ଉତ୍ସବ ଆୟୋଜନ କରିବାକୁ ଯୋଜନା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିବେ । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମାତ୍ର ୩ ପ୍ଲାଟୁନ ଫୋର୍ସ ଓଡ୍ରାଫ, ଓଏସଏପିର ସପ୍ତମ ବାଟାଲିୟନ ଏବଂ ଏଏସବି ବାଟାଲିୟନ ସାମିଲ ହେବେ । ସମସ୍ତେ ସାମାଜିକ ଦୂରତା ନିୟମକୁ କଡାକଡି ପାଳନ କରିବେ ।

ABOUT THE AUTHOR

...view details