ଓଡିଶା

odisha

By

Published : Apr 4, 2021, 10:45 AM IST

ETV Bharat / city

ଇଷ୍ଟର ରବିବାରର ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ଆମକୁ ଏହି ଆହ୍ବାନପୂର୍ଣ୍ଣ ସମୟରେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରେମ, ସୁଖ ଏବଂ ଅଦମ୍ୟ ବିଶ୍ୱାସ ଆଣୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଟ୍ବିଟ କରି ଲେଖିଛନ୍ତି। ଅଧିକ ପଢନ୍ତୁ...

ଇଷ୍ଟର ରବିବାରର ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ ନବୀନ
ଇଷ୍ଟର ରବିବାରର ଶୁଭେଚ୍ଛା ଦେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର: ଆଜି ପବିତ୍ର ଇଷ୍ଟର ରବିବାର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ଆମକୁ ଏହି ଆହ୍ବାନପୂର୍ଣ୍ଣ ସମୟରେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରେମ, ସୁଖ ଏବଂ ଅଦମ୍ୟ ବିଶ୍ୱାସ ଭରିଦେଉ ବୋଲି ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଇଷ୍ଟର ପୂର୍ବରୁ ଶୁକ୍ରବାର ଗୁଡ ଫ୍ରାଇଡେ ପାଳନ କରାଯାଇଛି। ଏଥର ଗୁଡ ଫ୍ରାଇଡେ ଏପ୍ରିଲ 2 ତାରିଖରେ ପାଳନ କରାଯାଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ସ୍ୱରୂପ ଏହି ପର୍ବ ପାଳନ କରାଯାଏ। ଇସାଈ ଧର୍ମାବଲମ୍ବୀ ଗୁଡ଼ ଫ୍ରାଇଡେର ୪୦ ଦିନ ପୂର୍ବରୁ ବିଶେଷ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ୪୦ ଦିନ ପରେ ଚର୍ଚ୍ଚ ଓ ଗିରିଜାଘରମାନଙ୍କରେ ପ୍ରଭୁ ଯୀଶୁଙ୍କ ବଳିଦାନକୁ ସ୍ମରଣ କରାଯାଏ। ଗୁଡ଼ ଫ୍ରାଇଡେର ତୃତୀୟ ଦିନ ଅର୍ଥାତ ରବିବାର ଦିନ ପ୍ରଭୁ ଯୀଶୁ ପୁନଃ ଜୀବିତ ହୋଇଯାଇଥିଲେ ଓ ୪୦ ଦିନ ଯାଏଁ ଲୋକଙ୍କ ପାଖକୁ ଯାଇ ଉପଦେଶ ଦେଉଥିଲେ।

ABOUT THE AUTHOR

...view details