ଓଡିଶା

odisha

ETV Bharat / city

ସତର୍କତା ସହ ଦୀପାବଳି ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଆଜି ପବିତ୍ର ଦୀପାବଳି ଓ କାଳୀପୂଜା । ଏହି ମୁଖ୍ୟମନ୍ତ୍ରୀ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସାବଧାନ ଓ ସତର୍କତା ସହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ସାବଧାନ ଓ ସତର୍କତା ସହ ଦୀପାବଳି ପାଳନ କରିବାକୁ ନବନୀଙ୍କ ପରାମର୍ଶ
ସାବଧାନ ଓ ସତର୍କତା ସହ ଦୀପାବଳି ପାଳନ କରିବାକୁ ନବନୀଙ୍କ ପରାମର୍ଶ

By

Published : Nov 14, 2020, 11:13 AM IST

ଭୁବନେଶ୍ବର: ଆଜି ପବିତ୍ର ଦୀପାବଳି ଓ କାଳୀପୂଜା । ଆଲୋକର ଉତ୍ସବକୁ ନେଇ ଚାରିଆଡେ ଉତ୍ସାହରେ ମାହୋଲ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ଯବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଚଳିତ ବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସତର୍କତା ଓ ସାବଧାନତା ସହିତ ଦୀପାବଳୀ ମନାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ।

ସେପଟେ, କୋରୋନା କଟକଣା ମଧ୍ୟରେ ଦୀପାବଳି ପାଳନ କରାଯାଉଛି । ସଂକ୍ରମଣ ଓ ରୋଗୀ ସ୍ବାସ୍ଥ୍ୟକୁ ଦେଖି ଏଥର ବାଣ ଫୁଟାଇବା ଓ ବିକ୍ରି ଉପରେ ନିଷେଧ କରିଛନ୍ତି । ଏହି କଟକଣା ନଭେମ୍ବର 30 ପର୍ଯ୍ୟନ୍ତ ଲାଗୁ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details