ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ଓଡିଶାବାସୀଙ୍କ ଆଗରେ ଅନେକ ପ୍ରଶ୍ନ ଛିଡ଼ା କରୁଛି। ତାର ଉତ୍ତର ଜନସାଧାରଣଙ୍କ ପାଖରେ ବିଜୁ ଜନତ ଦଳର ସରକାର ରଖିବା କଥା । ଆଜି ଏହା କହିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।
ପ୍ରଦୀପ କହିଛନ୍ତି ଅତୀତରେ ମେକ ଇନ ଓଡିଶା ନାଁରେ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ମନ୍ତ୍ରୀ, ସଚିବ ମାନେ ବିଦେଶ ଯାଇ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଅନେକ ଅର୍ଥ ଖର୍ଚ୍ଚ କରି କହିଲେ ଓଡ଼ିଶା ପୁଞ୍ଜି ନିବେଶ ହେବ। ହେଲେ ଏ ପର୍ଯ୍ୟନ୍ତ କୌଣସି ଆଖି ଦୃଶିଆ ପୁଞ୍ଜି ନିବେଶ ହେଲା ନାହିଁ। ଏହା ସହ ମୁଖ୍ୟମନ୍ତ୍ରୀ ନିଜର କ୍ୟାବିନେଟ ମନ୍ତ୍ରୀ ମାନଙ୍କୁ ସାଙ୍ଗରେ ନନେଇ ସଚିବ ମାନଙ୍କୁ କାହିଁ ସାଙ୍ଗରେ ନେଉଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ପ୍ରଦୀପ ପୁରୋହିତ।