ଓଡିଶା

odisha

ETV Bharat / city

905 ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ, କୃତଜ୍ଞତା ଜଣାଇଲେ ଡିଜି

ଓଡିଶା ପୋଲିସ ଅଧନରେ ଥିବା 905 ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ । ଥାନାର ସୁଦୃଢ଼ୀକରଣ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ଓ ସେବା ପ୍ରଦାନ କ୍ଷେତ୍ରରେ ହେବ ସହାୟକ । ସେପଟେ ଓଡିଶା ପୋଲିସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମଞ୍ଜୁରୀକୁ ନେଇ କୃତଜ୍ଞତା ଜଣାଇଛନ୍ତି ଡିଜିପିଅଧିକ ପଢନ୍ତୁ....

Chief Minister approves new posts in state police
905 ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ, କୃତଜ୍ଞତା ଜଣାଇଲେ ଡିଜିପି

By

Published : Aug 7, 2020, 2:07 PM IST

Updated : Aug 7, 2020, 3:11 PM IST

ଭୁବନେଶ୍ବର : ଓଡିଶା ପୋଲିସ ଅଧୀନରେ ଥିବା 220 ଥାନାରେ 905 ନୂତନ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ ଯେଉଁ ଥାନାରେ ଯେତିକି ପଦବୀ ରହିବା କଥା ସେତିକି ଆବଶ୍ୟକ କର୍ମଚାରୀ ରହିବେ । ଥାନାର ସୁଦୃଢ଼ୀକରଣ ସାଙ୍ଗକୁ ଅପରାଧ ନିୟନ୍ତ୍ରଣ ଓ ସେବା ପ୍ରଦାନ କ୍ଷେତ୍ରରେ ଏହା ସହାୟକ ହେବ । ଏଥିସହିତ 6ଟି ଥାନାର ବିଭାଜନ ହେବ। ଆୟତନ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ।

905 ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ, କୃତଜ୍ଞତା ଜଣାଇଲେ ଡିଜିପି

ଏହି ଥାନା ଗୁଡିକ ହେଲେ ଖଣ୍ଡଗିରି ଥାନା, ଅନୁଗୁଳ ଟାଉନ ଥାନା, ଝାରସୁଗୁଡା ଟାଉନ ଥାନା, ଭଞ୍ଜନଗର ଥାନା, ଭଦ୍ରକ ଗ୍ରାମାଞ୍ଚଳ ଥାନା, ତିହିଡି ଥାନା । ଯାହାଦ୍ବାରା 21 ପୋଲିସ ଜିଲ୍ଲାର 220 ଥାନା ଓ 6ଟି ଫାଣ୍ଡିରେ କର୍ମଚାରୀ ଅଭାବ ଦୂର ହୋଇପାରିବ।

ସେପଟେ ଓଡିଶା ପୋଲିସ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ମଞ୍ଜୁରୀକୁ ନେଇ କୃତଜ୍ଞତା ଜଣାଇଛନ୍ତି ଡିଜିପି ।

905 ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ, କୃତଜ୍ଞତା ଜଣାଇଲେ ଡିଜିପି

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 7, 2020, 3:11 PM IST

ABOUT THE AUTHOR

...view details