ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା । ଉପାନ୍ତ ଜିଲ୍ଲା ଗୁଡିକରେ ଗୁରୁତର ରୋଗୀମାନଙ୍କୁ ତତ୍କାଳ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଗତ ଡିସେମ୍ବର ମାସରେ ଆରମ୍ଭ କରିଥିଲେ ଏହି ଯୋଜନା ।
ଭୁବନେଶ୍ବରରୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ହେଲିକେପ୍ଟର ଯୋଗେ କଳାହାଣ୍ଡିରେ ପହଞ୍ଚିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ବିଭିନ୍ନ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା ସେବା ଯୋଗାଇଛନ୍ତି । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଉଛନ୍ତି । ଅଧିକରୁ ଅଧିକ ଉପାନ୍ତ ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ । ସେଥିପାଇଁ ବିଭିନ୍ନ ଯୋଜାନ କରିବା ସହ କଳାହାଣ୍ଡି ଭଳି ଜିଲ୍ଲାରେ ମେଡିକାଲ କଲେଜ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଗୁରୁତର ରୋଗୀଙ୍କୁ ତାଙ୍କ ଜିଲ୍ଲାରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।
ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ସୂଚନାଯୋଗ୍ୟଯେ ଉପାନ୍ତ ଅପହଞ୍ଚ ଅଞ୍ଚଳରେ ଲୋକଙ୍କୁ ଗୁଣାତ୍ମକ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର 20 ରେ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ବାୟୁସେବା ଯୋଜନା ଆରମ୍ଭ କରିଥିଲେ । ଏହାଦ୍ବାରା ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର, କଟକ କିମ୍ବା ଅନ୍ୟ ବଡ ସହର ଆସିବାକୁ ପଡିବ ନାହିଁ । ନିଜ ଜିଲ୍ଲାରେ ସେମାନଙ୍କୁ ବିଶେଷଜ୍ଞ ଡାକ୍ତର ଚିକିତ୍ସା ସେବା ଯୋଗାଇ ଦେବେ । ଏଥିପାଇଁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା’ ଆରମ୍ଭ ହୋଇଛି।
ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି, ନବରଙ୍ଗପୁର, ନୂଆପଡା, କଳାହାଣ୍ଡିରେ ଏହି ଯୋଜନା ଆରମ୍ଭ ହୋଇଛି । ଏହି ସେବାରେ ହୃଦରୋଗ, ସ୍ନାୟୁରୋଗ, କିଡନୀ ଓ ମୂତ୍ରାଶୟ ଓ ଅତି ଗୁରୁତ ରୋଗରେ ପୀଡିତ ରୋଗୀଙ୍କୁ ସେବା ଯୋଗାଇ ଦିଆଯିବ ।
କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୭ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ରୋଗୀ ସେବା ଆରମ୍ଭ କରିଥିବା ବେଳେ ୟୁରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ସୁରେଶ ରୁଲାନିଆ, ଡାକ୍ତର କିଶୋର ଟନଜି, ରେଡିଓଲୋଜି ସ୍ପେସାଲିଷ୍ଟ ଡାକ୍ତର ଶାନ୍ତିଭୂଷଣ ଦାସ,କାର୍ଡିଓଲୋଜି ସ୍ପେଶାଲିଷ୍ଟ ଡାକ୍ତର ଜେ ସତ୍ୟ ସାରଥୀ ,ନେଫ୍ରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ରାକେଶ କୁମାର ରାଉତରାୟ ପହଞ୍ଚି ୨୬୭ ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥିବା ବେଳେ ଆଜି ୫ ଜଣ ସୁପର ସ୍ପେସାଲିଷ୍ଟ ଡାକ୍ତର ମୁଖ୍ୟମନ୍ତ୍ରୀ ଙ୍କ ବାୟୁ ସ୍ୱାସ୍ଥ୍ୟସେବା ଯୋଜନାରେ ବିମାନ ଯୋଗେ ପହଞ୍ଚି ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି ।
ଏହି ଡାକ୍ତରୀ ଦଳରେ ୟୁରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ଦତ୍ତେଶ୍ୱର ହୋତା,କାର୍ଡିଓଲୋଜି ସ୍ପେସାଲିଷ୍ଟ ଡାକ୍ତର ସତ୍ୟ ନାରାୟଣ ରାଉତ,ଆନାସ୍ତିଆଲୋଜି ସ୍ପେସାଲିଷ୍ଟ ଡାକ୍ତର ଦେବ ପ୍ରସାଦ ମହାନ୍ତି, ନ୍ୟୁରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ଅଶୋକ ମଲ୍ଲିକ, ନେଫ୍ରୋଲୋଜି ସ୍ପେସାଲିଷ୍ଟ ଡାକ୍ତର ବିବେକାନନ୍ଦ କର ପହଞ୍ଚି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଚିକିତ୍ସା କାରିଥଲେ।ଏହାସହ ମେଡିକାଲ ପରିସରରେ ଏକ ସ୍କ୍ରିନି ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରୋଗୀମାନଙ୍କୁ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁଯାୟୀ ବିଭାଗୀୟ ସୁପର ସ୍ପେସାଲିଷ୍ଟ ଡାକ୍ତରଙ୍କ ପରାମର୍ଶ ନିମନ୍ତେ ସୁପାରିସ କରାଯିବ।
ଚିହ୍ନଟ ହୋଇଥିବା ରୋଗୀଙ୍କୁ ସୁପର ସ୍ପେସାଲିଷ୍ଟଙ୍କ ପରାମର୍ଶ ପାଇଁ ସୁବିଧା ଉପଲବ୍ଧ କରାଯିବ ୟୁରୋ ସର୍ଜରି ନିମନ୍ତେ ୧୭ଜଣ, କାର୍ଡିଓଲୋଜି ନିମନ୍ତେ ୩୯ ଜଣ, ନ୍ୟୁରୋ ଲୋଜି ନିମନ୍ତେ ୨୭ ଜଣ,ଗେଷ୍ଟ୍ରୋଏଣ୍ଟ୍ରୋଲୋଜି ନିମନ୍ତେ ୩ ଜଣ,ଜେନେରାଲ ସର୍ଜରି ନିମନ୍ତେ ୨ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି। ରୋଗୀମାନଙ୍କ ଚିକିତ୍ସା ନିମନ୍ତେ ଡାକ୍ତରମାନଙ୍କ ଯିବା ଆସିବା, ରହିବା, ନିମନ୍ତେ ପ୍ରାୟ ୬ ଲକ୍ଷ ଟଙ୍କା ପିଏଚ୍ଆର୍ଏଫ୍ ଯୋଜନାରୁ ଖର୍ଚ୍ଚ କରାଯିବ।
ପ୍ରଥମ ଥର ପାଇଁ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା କାର୍ଯ୍ୟକ୍ରମ ଯୋଗୁଁ ରୋଗୀମାନେ ଉପକୃତ ହେଉଥିବା ବେଳେ ମାର୍ଚ୍ଚ ୩୦ ତାରିଖ ଏହି ସେବା ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ