ଭୁବନେଶ୍ବର: ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଛି । ଅପରାହ୍ଣ 1ଟା ସୁଦ୍ଧା 41 ପ୍ରତିଶତ ମତଦାନ ହୋଇଛି । ଏବେ ସୁଦ୍ଧା କୌଣସି ହିଂସା ଘଟି ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ସାମ୍ବାଦିକଙ୍କୁ ସୂଚନା ଦେଇ ସେ କହିଛନ୍ତି ଯେ ସକାଳ 5ଟା 30ରେ ମକ୍ ପୋଲ ହୋଇଥିଲା । ଏହାପରେ କିଛି ବୁଥ୍ରେ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ହେଲେ 30ରୁ 40 ମିନିଟ୍ ମଧ୍ୟରେ ଏହାକୁ ମରାମତି କରାଯାଇଥିଲା । ଏବେ ପର୍ଯ୍ୟନ୍ତ କୌଣସି ହିଂସା ଘଟି ନଥିବା ସେ ସୂଚନା ଦେଇଛନ୍ତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର ଅପରାହ୍ଣ 1ଟା ସୁଦ୍ଧା 41 ପ୍ରତିଶତ ମତଦାନ ହୋଇଥିବାର ସେ କହିଛନ୍ତି । ନୂଆପଡାର କଟପାଲରେ ମତଦାନକୁ ନେଇ ସମସ୍ୟା ଦେଖା ଦେଇଥିଲା । ପାହାଡ ଉପରେ ଥିବାରୁ ଇଭିଏମରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏବେ ସେଠାରେ ଭୋଟିଂ ସୁରୁଖୁରୁରେ ଚାଲିଛି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ଏହାସହ 20ଟି ବିଧାନସଭା ମାଓ ପ୍ରଭାବିତ ଅଞ୍ଚଳରେ ରହିଛି । ଏଠାରେ ଅପରାହ୍ଣ 4ଟାରେ ମତଦାନ ସରିବ । ଯଦି ଲାଇନ୍ରେ ଭୋଟର ଥିବେ ତେବେ ସେମାନେ ମତଦାନ ଦେଇପାରିବେ । ବାକି ସମସ୍ତ ଜାଗାରେ ସନ୍ଧ୍ୟା 6ଟା ସୁଦ୍ଧା ଭୋଟ୍ ଗ୍ରହଣ ସରିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ