ଭୁବନେଶ୍ବର: କୋରୋନା ପାଇଁ ରାଜ୍ୟ ସରକାର ଆଗକୁ ଆସୁଥିବା ଛଟ୍ ପୂଜା ଓ ସମୂହ ସ୍ନାନ ଉପରେ କଟକଣା ଲଗାଇଛନ୍ତି । ଏନେଇ ଏସଆରସିଙ୍କ ପକ୍ଷରୁ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।
ନଭେମ୍ବର ୨୦ ଓ ୨୧ ତାରିଖରେ ନିଷେଧାଦେଶ କାର୍ଯ୍ୟକାରୀ ହେବ । ନଦୀ ଘାଟରେ ପୂଜା ସହ ସମୂହ ବୁଡ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଘରେ ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଛି ।