ଭୁବନେଶ୍ବର: ୩୧ତମ ଚଳଚ୍ଚିତ୍ର ପୁରସ୍କାର ନେଇ ତେଜୁଛି ବିବାଦ । ‘ଛବିରାଣୀ’ ଚଳଚିତ୍ର ନିର୍ଦ୍ଦେଶକ ଓ ଅଭିନେତାଙ୍କ ଆତ୍ମହତ୍ୟା ଉଦ୍ୟମ । ନବୀନ ନିବାସ ଆଗରେ ନିର୍ଦ୍ଦେଶକ ବବି ଇସଲାମ ଓ ଅଭିନେତା ମିଟୁ ମିଥୁନଙ୍କ ଆତ୍ମାହୁତି ଉଦ୍ୟମ ବେଳେ ଉଠାଇ ନେଲା ପୋଲିସ । ସେମାନଙ୍କ ଅଭିଯୋଗ, କପି ଫିଲ୍ମକୁ ପୁରସ୍କାର ଦିଆଯାଉଥିବା ବେଳେ ମୌଳିକ ଫିଲ୍ମକୁ ପୁରସ୍କାର ଦିଆଯାଉନାହିଁ । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଘୋଷଣା ହୋଇଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ତାଲିକା । ହେଲେ ଫିଲ୍ମରେ ୯୦ ଦଶକର ବହୁଚର୍ଚ୍ଚିତ ଛବିରାଣୀ ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରସ୍ତୁତ ‘ଛବିରାଣ’ ଭଳି ଏକ କାହାଣୀ ଉପରେ ଆଧାରିତ ଫିଲ୍ମକୁ ପୁରସ୍କାର ପାଇଁ ଚୟନ କରାଗଲା ନାହିଁ ।
କପି ଫିଲ୍ମକୁ ଚଳଚ୍ଚିତ୍ର ପୁରସ୍କାର ଅଭିଯୋଗ, ‘ଛବିରାଣୀ’ ନିର୍ଦ୍ଦେଶକଙ୍କ ଆତ୍ମହତ୍ୟା ଉଦ୍ୟମ - ମିଟୁ ମିଥୁନଙ୍କ ଆତ୍ମହତ୍ୟା ଉଦ୍ୟମ
୩୧ତମ ଚଳଚ୍ଚିତ୍ର ପୁରସ୍କାରକୁ ନେଇ ବିବାଦ ଚରମ ସୀମାରେ ପଞ୍ଚିଛି । ପୂର୍ବ ଘଟଣା ମୁତାବକ ‘ଛବିରାଣୀ’ ଚଳଚିତ୍ର ନିର୍ଦ୍ଦେଶକ ବବି ଇସଲାମ ଓ ଅଭିନେତା ମିଟୁ ମିଥୁନଙ୍କ ଆତ୍ମହତ୍ୟା ଉଦ୍ୟମ । ଅଧିକ ପଢନ୍ତୁ...
ଏପରିକି ‘ହୋପ’ ନାମକ ଫିଲ୍ମର ପଞ୍ଜାବ ଏବଂ କୋରିଆନ୍ ଫିଲ୍ମର କପି କରି ତିଆରି କରାଯାଇଥିବା ଫିଲ୍ମକୁ ଚୟନ କରାଯାଉଥିବା ଅଭିଯୋଗ କରିଛନ୍ତି । ଜୁରୀ ସଦସ୍ୟମାନେ ପୁରସ୍କାର ଚୟନରେ ନିରପେକ୍ଷତା ବଜାୟ ରଖୁନାହାନ୍ତି । ରାଜନୈତିକ ଉଦ୍ଦେଶ୍ୟ ଥିବା ଫିଲ୍ମକୁ ସ୍ଥାନ ଦିଆଯାଉଛି, ହେଲେ ନିଜସ୍ବ କନସେପ୍ଟ, ବାସ୍ତବ କାହାଣୀ ଫିଲ୍ମକୁ ପୁରସ୍କାର ଚୟନରୁ ବାଦ୍ ଦିଆଯାଉଛି । ତେଣୁ, ଛବିରାଣୀ ଫିଲ୍ମକୁ ପୁରସ୍କାର ପାଇଁ ଚୟନ ନକରିବା ନେଇ ଏଭଳି ପ୍ରତିବାଦରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଓ ଅଭିନେତା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ତାପସ ପରିଡା, ଇଟିଭି ଭାରତ