ଓଡିଶା

odisha

ଦୈତନଗରୀରେ କଡାକଡି ହେବ ଚେକିଂ, ଅମାନିଆଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର

By

Published : May 11, 2021, 6:37 PM IST

ଦୈତନଗରୀରେ ଆହୁରି ଚେକିଂ ହେବ ଜୋରଦାର । ନିୟମ ଖିଲାପକାରୀଙ୍କୁ ଚେତାବନୀ ସହ ପରାମର୍ଶ ଦେଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଅଧିକ ପଢନ୍ତୁ....

ଦୈତନଗରୀରେ କଡାକଡି ହେବ ଚେକିଂ,ଅମାନିଆଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର
ଦୈତନଗରୀରେ କଡାକଡି ହେବ ଚେକିଂ,ଅମାନିଆଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର

ଭୁବନେଶ୍ବର: ଦୈତନଗରୀରେ ଆହୁରି ଚେକିଂ ହେବ ଜୋରଦାର । ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅମାନିଆଙ୍କୁ ସୁଧୁରିବାକୁ ୩ଟି ଗୁରୁମନ୍ତ୍ର ଦେଇଛନ୍ତି ପୋଲିସ କମିଶନର । ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ଭିଡ ନ କରିବା ବା ବିନା କାମରେ ବାହାରକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଥିରେ ଖଲାପ କଲେ ପୋଲିସ ଆହୁରି କଠୋର ହୋଇପାରେ ବୋଲି କଡା ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

ଦୈତନଗରୀରେ କଡାକଡି ହେବ ଚେକିଂ,ଅମାନିଆଙ୍କୁ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର

ସେହିପରି କେବଳ ସାଧାରଣ ଜନତା ନୁହଁନ୍ତି ବରଂ ବ୍ୟବସାୟୀଙ୍କୁ ମଧ୍ୟ ପରାମର୍ଶ ସହ ଚେତାବନୀ ଦିଆଯାଇଛି । ବ୍ୟବସାୟୀ ଏ ଦିଗରେ ଧ୍ୟାନ ଦିଅନ୍ତୁ ନଚେତ ଦୋକାନ ମଧ୍ୟ ସିଲ ହୋଇପାରେ । କାରଣ କୋଭିଡ ସମୟରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ସଭିଁଙ୍କ ସୁରକ୍ଷା ନେଇ ଏଭଳି କଠୋର ପଦକ୍ଷେପ ନେବାକୁ ପୋଲିସ ବାଧ୍ୟ ହୋଇ ପାରେ ବୋଲି କମିଶନର କହିଛନ୍ତି । ଅନୁମତି ଥିବା ଅତ୍ୟାବଶକ ସାମଗ୍ରୀ ସେବାରେ ନିୟୋଜିତ ଉଚିତ ପ୍ରମାଣ ଦେଖାଇ ଯାଇପାରିବେ ବ୍ୟବସାୟୀ । ଅଯଥାରେ ବା ବିନାକାରଣରେ ବାହାରକୁ ବାହାରନ୍ତୁ ନାହିଁ କି ପୋଲିସ ହାତର ଧରାପଡନ୍ତୁ ନାହିଁ, ନଚେତ ବଡ ଧରଣର ଫାଇନ ଗଣିବା ସହ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇପାରନ୍ତି ବୋଲି କମିଶନର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details