ଓଡିଶା

odisha

ETV Bharat / city

ବିଧାନସଭାରେ ଚେକ୍‌ ଡ୍ୟାମ ପ୍ରସଙ୍ଗ: ସନ୍ତୋଷଜନକ ଉତ୍ତର ରଖିପାରିଲେନି ବିଭାଗୀୟ ମନ୍ତ୍ରୀ

ରାଜ୍ୟରେ ନିର୍ମିତ ହୋଇଥିବା ଚେକ ଡ୍ୟାମରୁ ଅନେକ ଡ୍ୟାମ ନିଶ୍ଚିହ୍ନ ହୋଇଯାଇଥିବା ଅଭିଯୋଗ କରିଥିଲେ ଉଭୟ ସରକାରୀ ଓ ବିରୋଧୀ ସଭ୍ୟ । ଏନେଇ ବିଭାଗ ପାଖରେ ସନ୍ତୋଷଜନକ ଉତ୍ତର ନଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ । ବିଭାଗୀୟ ମନ୍ତ୍ରୀ ଗୃହରେ ରାଜ୍ୟରେ ଚେକ୍‌ ଡ୍ୟାମ ପ୍ରସଙ୍ଗରେ ଗୃହରେ ଉଠିଥିବା ପ୍ରଶ୍ନର ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Mar 12, 2020, 2:18 PM IST

ଭୁବନେଶ୍ବର: ବିଧାନସଭାରେ ଚେକ୍‌ ଡ୍ୟାମକୁ ନେଇ ଉଦବେଗ ପ୍ରକାଶ । ରାଜ୍ୟରେ ନିର୍ମିତ ହୋଇଥିବା ଚେକ ଡ୍ୟାମରୁ ଅନେକ ଡ୍ୟାମ ନିଶ୍ଚିହ୍ନ ହୋଇଯାଇଥିବା ଅଭିଯୋଗ କରିଥିଲେ ଉଭୟ ସରକାରୀ ଓ ବିରୋଧୀ ସଭ୍ୟ । ଏନେଇ ବିଭାଗ ପାଖରେ ସନ୍ତୋଷଜନକ ଉତ୍ତର ନଥିବା କାରଣରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଧାୟକ । ବିଭାଗୀୟ ମନ୍ତ୍ରୀ ଗୃହରେ ରାଜ୍ୟରେ ଚେକ୍‌ ଡ୍ୟାମ ପ୍ରସଙ୍ଗରେ ଗୃହରେ ଉଠିଥିବା ପ୍ରଶ୍ନର ମଧ୍ୟ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ବିଧାନସଭାରେ ଚେକ୍‌ ଡ୍ୟାମ ପ୍ରସଙ୍ଗ: ସନ୍ତୋଷଜନକ ଉତ୍ତର ରଖିପାରିଲେନି ବିଭାଗୀୟ ମନ୍ତ୍ରୀ

ରାଜ୍ୟର ଅଧିକାଂଶ ଅଞ୍ଚଳରେ ଚେକ ଡ୍ୟାମ କେଉଁଠି ଭାଙ୍ଗି ପଡିଛି, ତା କେଉଁଠି ଚିହ୍ନବର୍ଣ୍ଣ ନାହିଁ। ଆଉ କେଉଁଠି ଥାଇ ନଥିବା ଭଳି । ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନ ଉତ୍ତରରେ ଜଳସେଚନ ମନ୍ତ୍ରୀ ରଘୁନାଦନ ଦାସ ଉତ୍ତର ରଖିଛନ୍ତି । ଏ ନେଇ ଜଳସମ୍ପଦ ମନ୍ତ୍ରୀ ଉତ୍ତରରେ କହିଛନ୍ତି ଯେ, 2019-20 ଆର୍ଥିକ ବର୍ଷରେ 2000 ଚେକ ଡ୍ୟାମ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ 333.84 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ସେଥିରୁ 302 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । 31କୋଟି ଟଙ୍କା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଖର୍ଚ୍ଚ ହେବ । 2010-11ରୁ 2019 ମାର୍ଚ୍ଚ ମାସ ଭିତରେ 14,588ଟି ଚେକ ଡ୍ୟାମ ନିର୍ମାଣ କରାଯାଇଛି । ଏହା ମଧ୍ୟରେ 1,47,ହଜାର ହେକ୍ଟର ଚାଷ ଜଳସେଚନ ସୁବିଧା ସୃଷ୍ଟି କରାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details