ଭୁବେନଶ୍ବର: ଇସ୍କନ ମନ୍ଦିରରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି ରଥଟଣା । ମନ୍ଦିରରେ ପ୍ରଥମେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ବଳଭଦ୍ରଙ୍କ ରଥଟଣା । ଇସ୍କନ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମିଳିତ ସହଯୋଗରେ ଦିନ 3ଟା 35ମିନିଟ୍ରେ ରଥଟଣା ଆରମ୍ଭ ହୋଇଥିଲା । ତେବେ ସକାଳେ ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ମା’ ସୁଭଦ୍ରା ଝୁଲି ଝୁଲି ଅପୂର୍ବ ଚମକ ସହ ଭକ୍ତଙ୍କ ଗହଣରେ ରଥାରୂଢ ହୋଇଥିଲେ ।
ତିନି ଠାକୁରଙ୍କୁ ଏକାଠି ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । ତେଣେ ହରିବୋଲ ଓ ହୁଳହୁଳି ସହ ଖଞ୍ଜଣୀ କୀର୍ତ୍ତିନରେ କମ୍ପି ଉଠୁଛି ଚତୁର୍ଦ୍ଦିଗ । ରଥାରୂଢ ହେବା ପରେ ତିନି ଠାକୁରଙ୍କର ରାଜାଭିରାଜ ବେଶ ସମ୍ପନ୍ନ ହୋଇଥିଲା । ଏହାପରେ ଇସ୍କନ ସନ୍ୟାସୀ ଭକ୍ତିପ୍ରାଣ ଗୋପିନାଥ ମହାରାଜଙ୍କ ଦ୍ବାରା ଛେରା ପହଁରା ନୀତି ସମାପନ ହୋଇଥିଲା ।