ଭୁବନେଶ୍ବର:ଖୋଲିବ ପାରାଦ୍ଵୀପ ଲାଞ୍ଚ ଷଡ଼ଯନ୍ତ୍ରର ଗୁମର । ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତଙ୍କୁ କୋର୍ଟ ଚାଲାଣ ପରେ ୪ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଏଥିସହ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ରିମାଣ୍ଡରେ ନିଆଯାଇଛି ।
ରିମାଣ୍ଡ ଅବଧି ଆଜିଠାରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୯ ତାରିଖରେ ଶେଷ ହେବ । ୧୦ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ମହିମା ମିଶ୍ରଙ୍କ ପରିବାରିକ ଓକିଲ ଜୟଦୀପ ପାଲ ସୂଚନା ଦେଇଛନ୍ତି । ସେ କହିଛନ୍ତି , "ତିନୋଟି ପିଟିସନ ଫାଇଲ କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଘରଖାଦ୍ୟ ଏବଂ ଔଷଧ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।"