ଓଡିଶା

odisha

ETV Bharat / city

କଂଗ୍ରେସରେ ବିଶୃଙ୍ଖଳିତ ଆଚରଣ ବରଦାସ୍ତ କରାଯିବନି: ଚେଲ୍ଲା କୁମାର - କଂଗ୍ରେସ ଖବର

ଯିଏ ଦଳ ଛାଡିବାକୁ ଚାହୁଁଛନ୍ତି ସେ ଛାଡିପାରନ୍ତି, ଦଳର ଶୃଙ୍ଖଳାଠୁ ଉର୍ଦ୍ଧ୍ବରେ କେହି ନୁହଁନ୍ତି ବୋଲି ଓଡିଶା ପ୍ରଭାରୀ ଚେଲ୍ଲାକୁମାର କହିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସରେ ବିଶୃଙ୍ଖଳିତ ଆଚରଣ ବରଦାସ୍ତ କରାଯିବନି : ଚେଲ୍ଲା କୁମାର
କଂଗ୍ରେସରେ ବିଶୃଙ୍ଖଳିତ ଆଚରଣ ବରଦାସ୍ତ କରାଯିବନି : ଚେଲ୍ଲା କୁମାର

By

Published : Aug 30, 2021, 6:06 PM IST

ଭୁବନେଶ୍ବର: କଠୋର ହେଲେ ଚେଲ୍ଲା କୁମାର। ଦଳରେ କୌଣସି ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ କରାଯିବ ନାହିଁ । ଯେ କେହି ଚାହିଁବେ ଦଳ ଛାଡି ପାରିବେ। କଂଗ୍ରେସର ଆଭିମୁଖ୍ୟ ସ୍ପଷ୍ଟ ବୋଲି ନିଜର 3 ଦିନିଆ ଗସ୍ତରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ନିଜର ସ୍ପଷ୍ଟୋକ୍ତି ଦେଇଛନ୍ତି ଓଡିଶା ପ୍ରଭାରୀ ଡ଼ ଚେଲ୍ଲା କୁମାର।

କଂଗ୍ରେସରେ ବିଶୃଙ୍ଖଳିତ ଆଚରଣ ବରଦାସ୍ତ କରାଯିବନି : ଚେଲ୍ଲା କୁମାର

କଂଗ୍ରେସ ଦଳ ଏକ ବଡ଼ ଦଳ। ସମସ୍ତଙ୍କ ସ୍ଵାଧୀନତା ଅଛି, ହେଲେ କଂଗ୍ରେସର ବିଚାରଧାରା ସମସ୍ତେ ମାନିବାକୁ ବାଧ୍ୟ। ତାରା ପ୍ରସାଦ ବାହିନୀପତି ଆଜି ପିସିସି ସଭାପତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ବୋଲି ମୁଁ ଶୁଣିବାକୁ ପାଇଛି। ଖୁବଶୀଘ୍ର ପିସିସି କମିଟି ଗଠନ କରାଯିବ। ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରାଯିବ, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଏ ବିଷୟରେ ବିସ୍ତୃତ ଆଲୋଚନା ହେବ। ଦଳର ସମସ୍ତ ଜିଲ୍ଲା ସଭାପତି, ପର୍ଯ୍ୟବେକ୍ଷକ ,ନେତା, ବିଧାୟକ ମାନଙ୍କ ସହ ଆଲୋଚନା ହେବ। ପ୍ରଭାରୀ ଚେଲ୍ଲା କୁମାର 3 ଦିନିଆ ଓଡିଶା ଗସ୍ତରେ ଆସି ସୋମବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। 1 ତାରିଖ ପର୍ଯ୍ୟନ୍ତ ସେ ଭୁବନେଶ୍ବରରେ ରହିବେ। ଦଳର ସାଙ୍ଗଠନିକ କ୍ଷେତ୍ରରେ ଆଲୋଚନା ହେବ।

ସେହିପରି ତାରାପ୍ରସାଦ ବାହିନୀପତିଙ୍କ ସମ୍ପର୍କରେ ପଚରା ଯିବାରୁ ପ୍ରଭାରୀ କହିଛନ୍ତି, ଏହା ଆମ ଦଳର ଆନ୍ତରୀଣ ମାମଲା । ଆଜି ସେ ନିଜର ଦୋଷ ସ୍ବୀକାର କରିଛନ୍ତି । ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ । ସୂଚନାଥାଉକି, କୋରାପୁଟ ଜିଲ୍ଲା କଂଗ୍ରେସର କଳହକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ପିସିସି ସଭାପତି ଅଯୋଗ୍ୟ କହି ତାଙ୍କ ନେତୃତ୍ବକୁ ଚ୍ୟାଲେଞ୍ଜ କରିଥିଲେ ତାରା। ତେବେ ବିଧାନସଭା ଅଧିବେଶନ ଆଗରୁ ସମସ୍ତ ଦୋଷ ଦୁର୍ବଳତାକୁ ଆପୋଷ ବୁଝାମଣା କରାଯାଇଥିବା ଜଣାପଡିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details