ଓଡିଶା

odisha

ETV Bharat / city

ଟ୍ରେନ ସାରଣୀରେ ପରିବର୍ତ୍ତନ, ସମଲେଶ୍ବରୀ ଏକ୍ସପ୍ରେସ ଆଂଶିକ ବାତିଲ - ଟ୍ରେନ ସାରଣୀରେ ପରିବର୍ତ୍ତନ

ଖଲିଆପାଲି ଓ ଲୋଇସିଂହା ଷ୍ଟେସନ ମଧ୍ୟରେ ହେବ ଦୋହରୀକରଣ ସଂରକ୍ଷା ଜନୀତ ଆଧୁନିକୀକରଣ କାର୍ଯ୍ୟ । ଫଳରେ ସମଲେଶ୍ବରୀ ଏକ୍ସପ୍ରେସ ଆଂଶିକ ବାତିଲ ରହିବ ।

ଫାଇଲ ଫଟୋ

By

Published : Sep 23, 2019, 3:30 PM IST

ଭୁବନେଶ୍ବର: ଖଲିଆପାଲି ଓ ଲୋଇସିଂହା ଷ୍ଟେସନ ମଧ୍ୟରେ ହେବ ଦୋହରୀକରଣ ସଂରକ୍ଷା ଜନିତ ଆଧୁନିକୀକରଣ କାର୍ଯ୍ୟ । ଫଳରେ ସମଲେଶ୍ବରୀ ଏକ୍ସପ୍ରେସ ଆଂଶିକ ବାତିଲ ରହିବ I ସୂଚନା ଅନୁଯାୟୀ ସେପ୍ଟେମ୍ବର ମାସ 23 ତାରିଖରୁ ଅକ୍ଟୋବର ମାସ 2 ତାରିଖ ପର୍ଯ୍ୟନ୍ତ ହାୱଡାରୁ ଛାଡିବାକୁ ଥିବା 18005 ହାୱଡା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ଚଳାଚଳ କରିବ I

ଏହି କ୍ରମେ ସେପ୍ଟେମ୍ବର 24ରୁ ଅକ୍ଟୋବର 3 ପର୍ଯ୍ୟନ୍ତ ଜଗଦଲପୁରରୁ ଛାଡିବାକୁ ଥିବା 18006 ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ ଜଗଦଲପୁର ପରିବର୍ତ୍ତେ ସମ୍ବଲପୁରଠାରୁ ଛାଡିବ । ସେହିପରେ ସେପ୍ଟେମ୍ବର 24ରୁ ଅକ୍ଟୋବର 3 ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରୁ 18005/18006 ହାୱଡା-ଜଗଦଲପୁର-ହାୱଡା ସମଲେଶ୍ବରୀ ଏକ୍ସପ୍ରେସ ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ବାତିଲ ରହିବ I

ଅନ୍ୟପଟେ ସେପ୍ଟେମ୍ବର ମାସ 24ରୁ ଅକ୍ଟୋବର 3 ପର୍ଯ୍ୟନ୍ତ 12893/12894 ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ଦିଗରୁ ଭୁବନେଶ୍ବର ଓ ବରଗଡ ରୋଡ ମଧ୍ୟରେ ଚଳାଚଳ କରିବ । ଏଥିସହ ବରଗଡ ରୋଡ ଓ ବଲାଙ୍ଗୀର ମଧ୍ୟରେ ଚଳାଚଳ ବାତିଲ ରହିବ ।

ଏହି ଅବସରରେ କେତେକ ଲୋକାଲ ପାସେଞ୍ଜର ଟ୍ରେନ ଚଳାଚଳ ବାତିଲ ରହିବ । 58301 ସମ୍ବଲପୁର-କୋରାପୁଟ ପାସେଞ୍ଜର, 58302 କୋରାପୁଟ-ସମ୍ବଲପୁର ପାସେଞ୍ଜର, 58303 ସମ୍ବଲପୁର-ଜୁନାଗଡ଼ ରୋଡ ପାସେଞ୍ଜର, 58214 ବିଳାସପୁର-ଟିଟିଲାଗଡ ପାସେଞ୍ଜର ଏବଂ 58217 ଟିଟିଲାଗଡ-ରାଇପୁର ପାସେଞ୍ଜର ସେପ୍ଟେମ୍ବର 24ରୁ ଅକ୍ଟୋବର 3 ପର୍ଯ୍ୟନ୍ତ ବାତିଲ ରହିବ ।

ସେହିପରି 58304 ଜୁନାଗଡ ରୋଡ-ସମ୍ବଲପୁର ପାସେଞ୍ଜର, 58213 ଟିଟିଲାଗଡ-ବିଳାସପୁର ପାସେଞ୍ଜର ଏବଂ 58218ରାଇପୁର-ଟିଟିଲାଗଡ ପାସେଞ୍ଜର ସେପ୍ଟେମ୍ବର 25ରୁ ଅକ୍ଟୋବର 4 ପର୍ଯ୍ୟନ୍ତ ବାତିଲ ରହିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details