ଓଡିଶା

odisha

ETV Bharat / city

ବିଷକ୍ରିୟାରୁ ହୋଇପାରେ ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ପୋଲିସ - ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ମାମଲା

ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ର ଦୈତରାଜ ନାୟକ ସନ୍ଦେହଜନକ ମୃତ୍ୟୁ ମାମଲାର ଆସିଲା ପୋଷ୍ଟମୋର୍ଟମ ରିପୋର୍ଟ । ମୃତଦେହରେ ନାହିଁ କୌଣସି କ୍ଷତ । ଖାଦ୍ୟରେ ବିଷକ୍ରିୟା କାରଣରୁ ମୃତ୍ୟୁ ଘଟିଥାଇପାରେ ବୋଲି ପୋଲିସର ସନ୍ଦେହ । ଅଧିକ ପଢନ୍ତୁ

ବିଷକ୍ରିୟା କାରଣରୁ ଘଟିଛି ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ
ବିଷକ୍ରିୟା କାରଣରୁ ଘଟିଛି ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ

By

Published : Jun 18, 2022, 7:34 PM IST

Updated : Jun 18, 2022, 7:57 PM IST

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ର ଦୈତରାଜ ନାୟକ ସନ୍ଦେହଜନକ ମୃତ୍ୟୁ ମାମଲା । ଆସିଲା ମୃତଦେହର ପୋଷ୍ଟମୋର୍ଟମ ରିପୋର୍ଟ । ରିପୋର୍ଟରେ ମୃତ୍ୟୁ ପୂର୍ବରୁ କୌଣସି ବାହ୍ୟ ଆଘାତ ନଥିବାବେଳେ ଖାଦ୍ୟରେ ବିଷକ୍ରିୟା କାରଣରୁ ମୃତ୍ୟୁ ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ତେବେ ଖାଦ୍ୟପାନୀୟରେ କେହି କିଛି ମିଶାଇ ହତ୍ୟା କରିଛି ନା ନିଜେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସର ସନ୍ଦେହ ବଢିଛି ।

ବିଷକ୍ରିୟା କାରଣରୁ ଘଟିଛି ଚନ୍ଦ୍ରଶେଖରପୁର ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ: ପୋଷ୍ଟମୋର୍ଟମ ରିପୋର୍ଟ

ଅନ୍ୟପଟେ ଭିସେରା ରିପୋର୍ଟ ପାଇଁ ଫରେନସିକ ଟିମକୁ ପଠାଯାଇଛି । ଭିସେରା ରିପୋର୍ଟ ଆସିଲେ ଜଣାପଡିବ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ପ୍ରେମ ବ୍ୟାପାରକୁ ନେଇ ବିବାଦ ଥିବା ସୁରାକ ପାଇଛି ପୋଲିସ । ମୋବାଇଲର ପାସଓ୍ବାର୍ଡ ପ୍ରୋଟେକ୍ଟେଡ ଥିବାରୁ ତଦନ୍ତରେ ବାଧା ସୃଷ୍ଟି ହେଉଥିବା ଡିସିପି କହିଛନ୍ତି । ପାସଓ୍ବାର୍ଡ ଖୋଲିବାକୁ ସାଇବର ଏକ୍ସପର୍ଟ ଓ ଏସଏଫଏସଏଲର ସହାୟତା ଲୋଡିଛି ପୋଲିସ । ସିଡିଆର କଲ୍ ରେକର୍ଡରୁ ମଧ୍ୟ ପୋଲିସ କିଛି ନମ୍ବର ଯାଞ୍ଚ କରୁଛି ।ଶେଷ ଥର ପାଇଁ କିଏ ଓ କାହା ସହ କଥା ହୋଇଥିଲେ । ସେନେଇ ବିଭିନ୍ନ ଦିଗକୁ ତଦନ୍ତ ଚଳାଇଛି ପୋଲିସ ।

ସୂଚନା ମୁତାବକ ଗତ ୧୩ ତାରିଖରେ ଚନ୍ଦ୍ରଶେଖରପୁର ଥାନା ପଣ୍ଡାପାର୍କର ଦୈତରାଜ ନାମକ ଜଣେ ୧୦ଶ୍ରେଣୀ ଛାତ୍ରର ନିଖୋଜ ହୋଇଥିଲା । ପରେ ଗତ ୧୬ ତାରିଖରେ ନିକଟସ୍ଥ ଚନ୍ଦକା ଜଙ୍ଗଲ ହାତୀ ଟ୍ରେଞ୍ଚରରୁ ଏକ ଗଳିତ ମୃତଦେହ ଉଦ୍ଧାର ହୋଇଥିଲା, ଯାହାକୁ ଦୈତରାଜଙ୍କ ପରିବାର ଲୋକେ ଚିହ୍ନଟ କରିଥିଲେ । ଏହାପରେ ପରିବାର ଲୋକେ ହତ୍ୟା ନେଇ ଅଭିଯୋଗ କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 18, 2022, 7:57 PM IST

ABOUT THE AUTHOR

...view details