ଓଡିଶା

odisha

ETV Bharat / city

ଚନ୍ଦ୍ରଭାଗାରେ ହେବ ଦ୍ବିତୀୟ କୋଣାର୍କ ! - ଦ୍ବିତୀୟ କୋଣାର୍କ ମନ୍ଦିର

ବିଗବସର ବିବାଦୀୟ ଚେହେରା ଓମ ବାବା ଚନ୍ଦ୍ରଭାଗା କୂଳରେ ଦ୍ବିତୀୟ କୋଣାର୍କ ତଥା ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଆଜି ସେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କୁ ସାକ୍ଷାତ କରି ସେ ଏ ସମ୍ବନ୍ଧରେ ଆଲୋଚନା କରିଥିବା କହିଛନ୍ତି ।

ଫାଇଲ ଫଟୋ

By

Published : Oct 14, 2019, 11:46 PM IST

Updated : Oct 15, 2019, 8:26 AM IST

ଭୁବନେଶ୍ବର: ବାବା ତିଆରି କରିବେ ଦ୍ବିତୀୟ କୋଣାର୍କ ମନ୍ଦିର। ଐତିହାସିକ କୋଣାର୍କ ମନ୍ଦିର ପରି ଅବିକଳ କରି ନିର୍ମାଣ କରିବେ କୋଣାର୍କ ମନ୍ଦିର। ଶ୍ରୀ ଜଗନ୍ନାଥଙ୍କ ତାଙ୍କୁ ସ୍ବପ୍ନାଦେଶ କରି ନିର୍ଦ୍ଦେଶ ଦେଇଥିବା କୁହନ୍ତି ଓମ ବାବା । ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଓମ ବାବା ଚନ୍ଦ୍ରଭାଗା କୂଳରେ ନିର୍ମାଣ କରିବା ପାଇଁ ଯାଉଛନ୍ତି ଦ୍ବିତୀୟ କୋଣାର୍କ ସୂର୍ଯ୍ୟ ମନ୍ଦିର । ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସେ ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି। ଏନେଇ 'ଇଟିଭି ଭାରତ'କୁ ବିଭିନ୍ନ ପ୍ରସଙ୍ଗରେ ମତାମତ ବି ଦେଇଛନ୍ତି।

ବର୍ଷ ବର୍ଷ ଧରି ବନ୍ଦ ରହିଥିବା କୋଣାର୍କ ମନ୍ଦିରର ଅବିକଳ ଏକ ମନ୍ଦିର ତିଆରି କରିବାକୁ ଯାଉଛନ୍ତି ଓମ ବାବା। 6 ଏକର ଜମିରେ ନିର୍ମାଣ କରିବାକୁ ପ୍ରସ୍ତାବ ରଖାଯାଇଛି। ଏକ ବର୍ଷ ଭିତରେ ମନ୍ଦିର କାର୍ଯ୍ୟ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ବାବା।

ସେ କହିଛନ୍ତି ଯେ, ଭଗବାନ ଜଗନ୍ନାଥ ନିଜେ ସ୍ବପ୍ନାଦେଶ ମାଧ୍ୟମରେ ବାବାଙ୍କୁ କହିଥିବା ସହ ଚନ୍ଦ୍ରଭାଗା କୂଳରେ ଏକ ଅବିକଳ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ବାବା କୁହନ୍ତି, ଯେଭଳି ଜଣେ ବ୍ୟକ୍ତି ଅନ୍ୟ ଏକ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେହିଭଳି ପ୍ରଭୁ ଜଗନ୍ନାଥଙ୍କ ସହ ସେ ବି କଥା ହୁଅନ୍ତି।

ପୂର୍ବରୁ ଥିବା ମନ୍ଦିରରେ ଭଗବାନ ନଥିବାରୁ ସମୁଦ୍ରରେ ଆସୁଥିବା ଜାହାଜ ବୁଡିଯାଉଥିଲା। ସେଥିପାଇଁ ଭଗବାନ ଜଗନ୍ନାଥଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିର ନିର୍ମାଣ କରାଯାଉଛି। ଶହ ଶହ ବର୍ଷ ଧରି ଭଗବାନ ଜଗନ୍ନାଥ ସୂର୍ଯ୍ୟଙ୍କ ପ୍ରକାଶ ପାଇପାରୁନାହାନ୍ତି, ତେଣୁ ଭଗବାନ ନିର୍ଦେଶ କ୍ରମେ ଅନ୍ୟଏକ ମନ୍ଦିର ନିର୍ମାଣ କରିବାପାଇଁ ଆଦେଶ ଦେଇଛନ୍ତି।

ଏହି ନିର୍ମାଣକୁ ନେଇ ସାରା ଦେଶରେ ସ୍ବାଗତ କରାଯାଇଥିବା ସେ କହିଛନ୍ତି। ଲୋକମାନେ ବହୁତ ସାହାଯ୍ୟ କରିବା ସହ ବହୁ ସଂଖ୍ୟାରେ ଲୋକଙ୍କର ଏଥିରେ ସମ୍ପୃକ୍ତି ରହିବ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଓମ ବାବା ବିଗବସରେ ଭାଗନେଇ ବେଶ ଚର୍ଚ୍ଚାରେ ରହିଥିଲେ । ତେବେ ଓଡ଼ିଶାରେ ଐତିହାସିକ କୋଣାର୍କ ମନ୍ଦିରର ଅବିକଳ ଆଉ ଏକ ମନ୍ଦିର ଚନ୍ଦ୍ରଭାଗା ନିକଟରେ ନିର୍ମାଣ କରିବାକୁ ଯାଉଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 15, 2019, 8:26 AM IST

ABOUT THE AUTHOR

...view details