ଓଡିଶା

odisha

ETV Bharat / city

କୋର୍ଟରେ କଟାମୁଣ୍ଡ ଅଭିଯୁକ୍ତ, 5 ଦିନିଆ ରିମାଣ୍ଡ ପାଇଁ ପୋଲିସ କରିବ ଆବେଦନ - accused court forward

କୋର୍ଟରେ ଚନ୍ଦକା ଦାସପୁର ହତ୍ୟାକାଣ୍ଡର ଅଭିଯୁକ୍ତକୁ ହାଜର କରାଯାଇଛି। ପୁଷ୍ପଲତାଙ୍କ କଟାମୁଣ୍ଡ ହତ୍ୟା ମାମଲାରେ ପୋଲିସ ଆଜି କୋର୍ଟ ଚାଲାଣ କରିଛି।

କଟାମୁଣ୍ଡ ଘଟଣାର ମଡର ମିଷ୍ଟ୍ରୀ
କଟାମୁଣ୍ଡ ଘଟଣାର ମଡର ମିଷ୍ଟ୍ରୀ

By

Published : Feb 12, 2021, 3:08 PM IST

Updated : Feb 12, 2021, 4:27 PM IST

ଭୁବନେଶ୍ବର: ଦୀର୍ଘ 7 ଦିନର ଛାନଭିନ ପରେ ଗତକାଲି(ଗୁରୁବାର) ପର୍ଦାଫାସ ହୋଇଛି କଟାମୁଣ୍ଡ ଘଟଣାର ମଡର ମିଷ୍ଟ୍ରୀ । ବିବାହ ବିବାଦରୁ ମର୍ଡର ହୋଇଥିବା ପୋଲିସ କମିଶନର ସ୍ପଷ୍ଟ କରିବା ପରେ ଆଜି(ଶୁକ୍ରବାର) କୋର୍ଟରେ କଟାମୁଣ୍ଡ ଅଭିଯୁକ୍ତକୁ ହାଜର କରିଛି ପୋଲିସ ।

କଟାମୁଣ୍ଡ ଘଟଣାର ମଡର ମିଷ୍ଟ୍ରୀ

ଏହାସହ ଆଜି ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି । କୋର୍ଟରେ ଚନ୍ଦକା ଦାସପୁର ହତ୍ୟାକାଣ୍ଡର ଅଭିଯୁକ୍ତକୁ ହାଜର କରାଯାଇଛି। ପୁଷ୍ପଲତାଙ୍କ କଟାମୁଣ୍ଡ ହତ୍ୟା ମାମଲାରେ ପୋଲିସ ଆଜି କୋର୍ଟ ଚାଲାଣ କରିଛି। ଏହାବ୍ୟତୀତ ହତ୍ୟା ଓ ହତ୍ୟା ପରେ ପ୍ରମାଣ ନଷ୍ଟ ମାମଲାରେ କମିସନରେଟ ପୋଲିସ କରିଛି କୋର୍ଟ ଚାଲାଣ।

ଆଇପିସିର ଧାରା ୩୦୨, ୨୦୧, 34 ଧାରାରେ ଅଭିଯୁକ୍ତ ସଞ୍ଜୟ ଓ ଚନ୍ଦୁକୁ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟକୁ ଚାଲାଣ କରାଯାଇଛି। ତେବେ ଘଟଣାରେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ପାଇ ରିମାଣ୍ଡରେ ନେବ ପୋଲିସ। ଏନେଇ ୫ ଦିନିଆ ରିମାଣ୍ଡ ପାଇ କୋର୍ଟରେ ଆବେଦନ କରିବ ବୋଲି ଚନ୍ଦକା ଏସପି ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 12, 2021, 4:27 PM IST

ABOUT THE AUTHOR

...view details