ଭୁବନେଶ୍ବର:ନୟାଗଡ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାକୁ ଏକ ମାସ ୧୦ ଦିନ ବିତିଲାଣି । ହେଲେ ମୁଖ୍ୟ ଅଭିଯୁକ୍ତ ଏବେବି ପୋଲିସ ପଞ୍ଝାରୁ ବହୁ ଦୂରରେ ରହିଛି । ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ଏବେ କମିଶନରେଟ ପୋଲିସର ସହାୟତା ଲୋଡିଛି ଚାନ୍ଦବାଲି ପୋଲିସ ।
ତେବେ ଶର୍ମିଷ୍ଠା ପୋଲିସ ହାତରେ ଧରା ପଡିଲେ ହୁଏତ, ମାନସ ମର୍ଡର ମିଷ୍ଟ୍ରି ଉପରୁ ପରଦା ହଟିପାରିବ । କିନ୍ତୁ ତାହା ହୋଇ ପାରିନାହିଁ । ଏହି ମାମଲାରେ ସାମ୍ନାକୁ ଅନେକ ପ୍ରଶ୍ନ ଆସୁଥିବାବେଳେ କୁଆଡେ ଗଲେ ମାନସ ହତ୍ୟାକାଣ୍ଡର ମୁଖ୍ୟ କାର୍ପେଟଦାର ।
ସେହିପରି ହତ୍ୟାକାଣ୍ଡର ମୁଖ୍ୟ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବେ କେଉଁଠି । କେବଳ ଶର୍ମିଷ୍ଠା ନୁହଁନ୍ତି ତାଙ୍କ ସହଯୋଗୀ ଝୁନା ମଧ୍ୟ ଫେରାର ଥିବା ଜଣା ପଡଛି । ଝୁନାର ଏହି ଚିପ ସହିତ ସମ୍ପର୍କ କଣ ।
କାହିଁକି ଝୁନା ଏହି ହତ୍ୟାକାଣ୍ଡ ଘଟଣାରେ ଜଡିତ । ପୋଲିସ ଏବେ ଝୁନାଙ୍କୁ ଖୋଜିବା ପାଇଁ ଆସିଥିବା ବେଳେ ତାଙ୍କୁ ନପାଇ ତାଙ୍କ ସ୍ବାମୀଙ୍କୁ ଜେରା କରି ଚାଲି ଯାଇଥିବା ଝୁନାଙ୍କ ସ୍ବାମୀ କହିଛନ୍ତି । ତେବେ ମାନସ ହତ୍ୟାକାଣ୍ଡରେ ଯେଉଁ ଚିପ କଥା ଉଠୁଛି ସେଥିରେ ରହିଥିଲା କଣ ।