ଓଡିଶା

odisha

ETV Bharat / city

ଆଗାମୀ 3 ଦିନ କାଳବୈଶାଖୀ ବର୍ଷା

ଆଗାମୀ 72 ଘଣ୍ଟା ପ୍ରବଳ ବର୍ଷାହେବା ନେଇ ସମ୍ଭାବନା । ୨୨ରେ ଲଘୁଚାପ, ୨୪ରେ ବାତ୍ୟା, ଆଉ ୨୬ରେ ଲ୍ୟାଣ୍ଡଫଲ୍ କରିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ । ଅଧିକ ପଢନ୍ତୁ...

By

Published : May 19, 2021, 8:48 PM IST

ଆଗାମୀ 3 ଦିନ କାଳବୈଶାଖୀ ସହ ବର୍ଷା ସମ୍ଭାବନା
ଆଗାମୀ 3 ଦିନ କାଳବୈଶାଖୀ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ମାଡି ଆସୁଛି ବାତ୍ୟା । କୋଭିଡ ମହାମାରୀ ଭିତରେ ଆଉ ଏକ ମହାବିପତ୍ତି ମାଡି ଆସୁଛି । ଚଳିତ ମାସ ଶେଷ ସପ୍ତାହରେ ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିବା ନେଇ ଆଭାସ ମିଳିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୨୨ ତାରିଖରେ ସୃଷ୍ଟି ହେବାକୁ ଯାଉଛି ଏକ ଲଘୁଚାପ ବଳୟ ଯାହାକି ପରବର୍ତ୍ତୀ ୭୨ ଘଣ୍ଟା ମଧ୍ୟରେ ଏକ ସାମୁଦ୍ରିକ ଝଡ ବା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆଗାମୀ 3 ଦିନ କାଳବୈଶାଖୀ ସହ ବର୍ଷା ସମ୍ଭାବନା


ଆସୁଛି ୟସ୍ , ୨୨ ରେ ଲଘୁଚାପ, ୨୪ରେ ବାତ୍ୟା, ଆଉ ୨୬ରେ ଲ୍ୟାଣ୍ଡଫଲ୍ । ଏପରି କିଛି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଯାହା ଆହୁରି ଘନୀଭୂତ ହୋଇ ପରବର୍ତ୍ତୀ ୭୨ ଘଣ୍ଟା ଅର୍ଥାତ ୨୪ ତାରିଖ ସୁଦ୍ଧା ଏକ ସାମୁଦ୍ରିକ ଝଡରେ ପରିଣତ ହେବା ନେଇ ଅନୁମାନ କରାଯାଇଛି । ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସଂନ୍ଧ୍ୟା ସୁଦ୍ଧା ଓଡିଶା-ପଶ୍ଚିମବଙ୍ଗ ଉପକୂଳରେ ପଂହଚିବ ବୋଲି କେନ୍ଦ୍ର ଆକଳନ କରିଛି । ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଆସନ୍ତା ୨୫ ତାରିଖ ସଂନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ,ଏହାସହ ୨୭ ତାରିଖ ସୁଦ୍ଧା ସମୁଦ୍ରରେ ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର । ସେହିପରି ସମୁଦ୍ର ଅଶାନ୍ତ ରହିବା ହେତୁ ଆସନ୍ତା ୨୩ ତାରିଖ ସୁଦ୍ଧା ସମୁଦ୍ର ଉପକୂଳ ଫେରି ଆସିବାକୁ ମସ୍ତ୍ର୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି ।

ଏହାସହ ଏହି ଲଘୁଚାପ ପ୍ରଭାବରେ ଚଳିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ୨୧ ତାରିଖ ପରଠାରୁ ଆହୁରି ସକ୍ରିୟ ହେବାର ସମ୍ଭାବନା ରହିଛି, ଯେଉଁଥିପାଇଁ ପାଗ ଅନୂକୁଳ ରହିବ । ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ବର୍ତ୍ତମାନ ପରିପ୍ରେକ୍ଷୀରେ କୌଣସି ଭୟଭୀତ କିମ୍ବା ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ବାତ୍ୟା ହେଲେ ଏହାର ନାମ ୟସ୍ ରହିବ, କିନ୍ତୁ ଏହାର ପ୍ରଭାବ କେତେ ମାତ୍ରାରେ ଓଡ଼ିଶାରେ ପଡିବ ତାହା ଲଘୁଚାପ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶେଷଜ୍ଞ । କିନ୍ତୁ ଅମ୍ଫାନ କିମ୍ବା ମହାବାତ୍ୟା ଠାରୁ ପ୍ରଭାବ କମ୍ ରହିବ ବୋଲି ଆକଳନ କରିଛନ୍ତି । ବର୍ତମାନ ବଙ୍ଗୋପସାଗର ତାପମାତ୍ରା ବେଶ ଅଧିକ ରହିଥିବାରୁ ଏହା ବାତ୍ୟା କରାଇବାରେ ସହାୟକ ହୋଇଛି । ଏହା ପଶ୍ଚିମବଙ୍ଗ ଆଡ଼କୁ ଗତି କଲେ ଉତ୍ତର ଓଡିଶାରେ ଅଧିକ ପ୍ରଭାବ ରହିବ । ଯଦି ଓଡିଶା ଉପକୂଳ ଦେଇ ଗତି କରେ ତେବେ ସାରା ଓଡ଼ିଶାରେ ପ୍ରବଲ ମାତ୍ରାରେ ବର୍ଷା ସହ ପବନ ବହିବ ।

ତେବେ ରାଜ୍ୟରେ ଆସନ୍ତା 3 ଦିନ କାଳବୈଶାଖୀ ଲାଗି ରହିବା ସହ ତାର ପ୍ରଭାବରେ ମାଲକାନଗିରି, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର , ବରଗଡ଼, ଝାରସୁଗୁଡାଲ ଓ ସୁନ୍ଦରଗଡ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ଥିବାରୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details