ଓଡିଶା

odisha

By

Published : Jun 29, 2020, 11:10 PM IST

ETV Bharat / city

୩୦ ଜୁନରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ପ୍ରାୟ ସ୍ଥାନରେ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ରେକର୍ଡ ହୋଇଛି | ସେହିପରି କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ହୋଇଥିବା ସ୍ଥାନ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳଠାରେ ୭୨.୦ ମିମି, ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୭୦.୬ ମିମି, ନୟାଗଡ ଜିଲ୍ଲାର ଓଡଗାଁ ଠାରେ ୭୦.୬ ମିମି ଓ କେନ୍ଦ୍ରାପଡା ଠାରେ ୬୮.୦ ମିମି ରେକର୍ଡ ହୋଇଛି । ଅଧିକ ପଢନ୍ତୁ...

୩୦ ଜୁନରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା
୩୦ ଜୁନରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ପ୍ରାୟ ସ୍ଥାନରେ ବର୍ଷା ହୋଇଥିବା ବେଳେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ରେକର୍ଡ ହୋଇଛି | ସେହିପରି କେତେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା ହୋଇଥିବା ସ୍ଥାନ ମଧ୍ୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳଠାରେ ୭୨.୦ ମିମି, ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୭୦.୬ ମିମି, ନୟାଗଡ ଜିଲ୍ଲାର ଓଡଗାଁ ଠାରେ ୭୦.୬ ମିମି ଓ କେନ୍ଦ୍ରାପଡା ଠାରେ ୬୮.୦ ମିମି ରେକର୍ଡ ହୋଇଛି ।

୩୦ ଜୁନରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଜୁନ ୧ରୁ ଜୁନ ୨୯ ମଧ୍ୟରେ ଓଡ଼ିଶାରେ ୨୪୧.୦ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ବାଭାବିକ ବର୍ଷା ୨୦୮.୩ ମିମି ଠାରୁ ୧୬ ପ୍ରତିଶତ ଅଧିକ । ଜୁନ ୧ରୁ ଜୁନ ୨୯ ମଧ୍ୟରେ ଓଡ଼ିଶାର କେନ୍ଦ୍ରାପଡା, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ସ୍ବାଭାବିକ ବର୍ଷା ଠାରୁ କମବର୍ଷା ରେକର୍ଡ କରାଯାଇଛି । ଉତ୍ତର-ଦକ୍ଷିଣ ଟ୍ରାପଲାଇନ ସମୁଦ୍ର ପତ୍ତନ ଠାରୁ ୨.୧ କିମିରୁ ୩.୧ କିମି ମଧ୍ୟରେ ଉତ୍ତର-ପୂର୍ବ ବିହାର ଠାରୁ ଉତ୍ତର ଉପକୂଳ ଓଡିଶା ଯାଇଁ ଲମ୍ବିଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ, ସୁନ୍ଦରଗଡ, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ,ଏବଂ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

୩୦ ଜୁନରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା
୩୦ ଜୁନରୁ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଓ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି | ଆସନ୍ତା କାଲି ଠାରୁ ଅର୍ଥାତ ୩୦ ଜୁନରୁ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ବରଗଡ, ସୁନ୍ଦରଗଡ, କେନ୍ଦୁଝର ଏବଂ ଝାରସୁଗୁଡା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି | ବରଗଡ, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଗଜପତି, ଗଂଜାମ, କନ୍ଧମାଳ, ନୟାଗଡ, ବୌଦ୍ଧ, ଅନଗୁଳ ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି ଘଡଘଡି ସହ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ସମ୍ଭାବନା ଅଛି । ଜୁଲାଇ ୧ରେ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ସହ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି |

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details