ଓଡିଶା

odisha

ETV Bharat / city

ଫୁଲ ତୋଳିବା ବେଳେ ଝାମ୍ପିନେଲେ ଲୁଟେରା, ଖଣ୍ଡଗିରି ବାରିରୁ ମହିଳାଙ୍କ ଚେନ ଲୁଟ - ଚେନ ଝାମ୍ପନେଲେ ଦୁବୃର୍ତ୍ତ

ଭୁବନେଶ୍ବରରେ ଫୁଲ ତୋଳିବାବେଳେ ମହିଳାଙ୍କ ବେକରୁ ଚେନ ଝାମ୍ପିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ...

ଫୁଲ ତୋଳିବା ବେଳେ ଝାମ୍ପିନେଲେ ଲୁଟେରା, ଖଣ୍ଡଗିରି ବାରିରୁ ମହିଳାଙ୍କ ଚେନ ଲୁଟ
ଫୁଲ ତୋଳିବାବେଳେ ମହିଳାଙ୍କ ବେକରୁ ଚେନ ଝାମ୍ପନେଲେ ଦୁବୃର୍ତ୍ତ

By

Published : Mar 7, 2021, 8:04 PM IST

ଭୁବନେଶ୍ବର: ସୁନା ପିନ୍ଧି ରାଜଧାନୀରେ ବୁଲିବା ନିଜ ଜୀବନକୁ ବାଜି ଲଗାଇବା ସହ ସମାନ ହୋଇପଡିଲାଣି । ସକାଳୁ ସକାଳୁ ଫୁଲ ତୋଳିବାବେଳେ କଟୁରୀ ଦେଖାଇ ଭୟଭୀତ କରି ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନାଚେନ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ବାରିରେ । ଅନୁସୁୟା ବେହେରା ନାମକ ଜଣେ ସ୍ଥାନୀୟ ମହିଳା ଫୁଲ ତୋଳିବା ବେଳେ ତାଙ୍କ ଠାରୁ ଏମିତି ଢଙ୍ଗରେ ଚେନ ଝାମ୍ପି ବାଇକ ଯୋଗେ ଫେରାର ହୋଇଥିଲେ ଦୁଇ ଲୁଟେରା।

ଫୁଲ ତୋଳିବାବେଳେ ମହିଳାଙ୍କ ବେକରୁ ଚେନ ଝାମ୍ପିନେଲେ ଦୁର୍ବୃତ୍ତ

ଏନେଇ ଭରତପୁର ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ରାଜଧାନୀରେ ଏପରି ଘଟଣାକୁ ନେଇ ପୋଲିସର ଚିନ୍ତା ବଢିଛି । ବିଭିନ୍ନ ଥାନା ଅଞ୍ଚଳରୁ ଏପରି ରିପୋର୍ଟ ଆସୁଥିବାରୁ ଷ୍ଟ୍ରିଟ କ୍ରାଇମ ରୋକିବା ନେଇ ପୋଲୁିସ ସ୍ବତନ୍ତ୍ର ଡ୍ରାଇଭ ଜାରି ରଖିଥିବା କହିଛନ୍ତି ଭୁବନେଶ୍ବର ଡିସିପି । ବିଭିନ୍ନ ଅଞ୍ଚଳର ସିସିଟିଭି ସହ କଣ୍ଟ୍ରୋଲ ରୁମ ଜରିଆରେ ଆସେସ କରାଯାଉଛି । କିପରି ଏହି ସବୁ କ୍ରାଇମ କରି ଫେରାର ହେଉଥିବା ଅପରାଧୀଙ୍କ ଉପରେ ନଜର ରଖାଯାଇପାରିବ ସେ ଦିଗରେ ଫୋକସ ଦିଆଯାଉଥିବା କହିଛନ୍ତି ଡିସିପି ।

ଭୁବନେଶ୍ବରରୁ ତାପସ ପରିଡା , ଇଟିଭି ଭାରତ

ABOUT THE AUTHOR

...view details