ଭୁବନେଶ୍ବର: ପୂର୍ବ ନିର୍ଦ୍ଧାରିତ ସମୟନୁଯାୟୀ ଗୁରୁବାର ସେସୁ ପକ୍ଷରୁ ବିଜୁଳି ସଂଯୋଗ କଟା ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରାୟ 15 ଶହ ଖିଲାପକାରୀଙ୍କ ବିଦ୍ୟୁତ ସଂଯୋଗ କଟାଯାଇଛି। ଗୋଟିଏ ଦିନରେ ସନ୍ଧ୍ୟା ସୁଦ୍ଧା 5କୋଟି ଟଙ୍କାର ବକେୟା ବିଲ ଆଦାୟ କରିଛି ସେସୁ ।
ସେପଟେ ବିଦ୍ୟୁତ ବିଲ ପୈଠ କରିବା ପାଇଁ ସନ୍ଧ୍ୟା ଯାଏଁ ବିଦ୍ୟୁତ ବିଲ କାଉଣ୍ଟର ଖୋଲା ରହିବ ବୋଲି ସେସୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।