ଓଡିଶା

odisha

ETV Bharat / city

10 ଦିନ ସ୍ଥଗିତ ରହିଲା ବିଜୁଳି ବିଲ ଆଦାୟ - 10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ

ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌ ।  21 ହଜାର 339 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବାବେଳେ 9289 ଜଣଙ୍କ ବିଜୁଳି ପୁନଃସଂଯୋଗ ହୋଇଛି । ଏବେ ସୁଦ୍ଧା ମୋଟ 72.66 କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଛି । ତେବେ ଏହି ବିଦ୍ୟୁଟ କାଟ ଅଭିଯାନକୁ 10 ଦିନ ପାଇଁ ବିରତି ଦିଆଯାଇଛି ବୋଲି ସୂଚନା ଦେଲେ ସିଇଓ ଅରୁଣ ବୋଥ୍ରା । ଅଧିକ ପଢନ୍ତୁ....

aa
ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌, 10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ

By

Published : Feb 6, 2020, 7:57 PM IST

ଭୁବନେଶ୍ବର: ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌ । 21 ହଜାର 339 ଜଣଙ୍କ ବିଦ୍ୟୁତ ସଂଯୋଗ କଟାଯାଇଥିବାବେଳେ 9289 ଜଣଙ୍କ ବିଜୁଳି ପୁନଃ ସଂଯୋଗ ହୋଇଥିବା ନେଇ ସୂଚନା ଦିଆଯାଇଛି । ଏବେ ସୁଦ୍ଧା ମୋଟ 72 କୋଟି 66 ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଛି । ତେବେ ଏହି ବିଦ୍ୟୁଟ କାଟ ଅଭିଯାନକୁ 10 ଦିନ ପାଇଁ ବିରତି ଦିଆଯାଇଛି । ପୁଣି ଫେବୃଆରୀ 16 ତାରିଖରୁ ବିଦ୍ୟୁତ କାଟ ପ୍ରକ୍ରିୟା ଆରମ୍ଭ ହେବ।

ବିଜୁଳି ସଂଯୋଗ କାଟ ନେଇ ସେସୁର ପ୍ରେସମିଟ୍‌, 10 ଦିନ ସ୍ଥଗିତ ରହିଲା ବିଜୁଳି ଦେୟ ଆଦାୟ

ପ୍ରଥମ ପର୍ଯ୍ୟାୟରେ 7 ଲକ୍ଷ 12 ହଜାର ଲୋକଙ୍କୁ ବିଦ୍ୟୁତ କାଟ ନେଇ ନୋଟିସ ଦିଆଯାଇଥିବାବେଳେ 1 ଲକ୍ଷ 62 ହଜାର ଲୋକଙ୍କ ନିକଟରେ ସେସୁ ପହଞ୍ଚିଛି । ଏହି ସଫଳ କାର୍ଯ୍ୟ ପାଇଁ ସିଇଓ ବିଦ୍ୟୁତ ଉପଭୋକ୍ତା, ଗଣମାଧ୍ୟମ, ପୋଲିସ ପ୍ରଶାସନ ଓ ରାଜନେତାଙ୍କୁ ତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ପାଖାପାଖି 60 ହଜାର କମରସିଆଲ ଉପଭୋକ୍ତା ଥିବାବେଳେ ସମସ୍ତଙ୍କ ନିକଟରେ ସେସୁ ପହଞ୍ଚିଛି ବୋଲି କହିଛନ୍ତି ସିଇଓ ଅରୁଣ ବୋଥ୍ରା ।

ଆଜିଠୁ ଫେବୃଆରୀ 15 ତାରିଖ ପର୍ଯ୍ୟନ୍ତ ବିଦ୍ୟୁତ କାଟ ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଏହି 10ଦିନ ଭିତରେ ତୃଟିପୂର୍ଣ୍ଣ ବିଲ୍‌ ପାଇଁ ଯେଉଁ 35 ହଜାର 277 ଉପଭୋକ୍ତା ଅଭିଯୋଗ କରିଛନ୍ତି, ସେମାନଙ୍କ ଅସୁବିଧାର ସମାଧାନ କରାଯିବ । ଏହାସହ ଯେଉଁ ଉପଭୋକ୍ତମାନେ ବିଦ୍ୟୁତ ବିଲ ଦିଆଯିବା ସତ୍ତ୍ବେ ବିଲ୍‌ ପୈଠ କରିନାହାନ୍ତି, ମିଟର ଭାଙ୍ଗି ଦେଇଛନ୍ତି, ବିଦ୍ୟୁତ ଚୋରି କରିଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ସେସବୁ ପ୍ରତି ଦୃଷ୍ଟି ଦିଆଯିବ ବୋଲି ସେସୁ ପକ୍ଷରୁ କୁହାଯାଇଛି ।

ବିଦ୍ୟୁତ ସଂଯୋଗ କାଟ ଅଭିଯାନରେ ମୋଟ 72 କୋଟି 66 ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ ବିଲ ଆଦାୟ ହୋଇଛି । ଯେଉଁଥିରେ 7 କୋଟି 36 ଲକ୍ଷ ଲୋକ ଅନଲାଇନ ପେମେଣ୍ଟ କରିଛନ୍ତି । 1 ଲକ୍ଷ 694 ଲୋକ ଇନଷ୍ଟଲମେଣ୍ଟରେ ପେମେଣ୍ଟ କରିଛନ୍ତି । 25 ହଜାର 531 ଜଣ ଉପଭୋକ୍ତା ଫୁଲ ପେମେଣ୍ଟ କରିଛନ୍ତି । 80 ପ୍ରତିଶତ କଲେକସନ୍‌ କମରସିଆଲରୁ ହୋଇଥିବା ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details