ଓଡିଶା

odisha

By

Published : Sep 3, 2022, 10:13 PM IST

ETV Bharat / city

ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ସମୀକ୍ଷା ବୈଠକ

ଭୋଟର ପରିଚୟ ପତ୍ର ସଂଶୋଧନ ପ୍ରକ୍ରିୟା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳଙ୍କ ସହ ସମୀକ୍ଷା କରିଛନ୍ତି । ଅଧିକ ପଢ଼ନ୍ତୁ

ceo review meeting regarding revision of voter list
ଭୋଟର ତାଲିକା ସଂଶୋଧନ ନେଇ CEOଙ୍କ ସମୀକ୍ଷା ବୈଠକ

ଭୁବନେଶ୍ବର:ରାଜ୍ୟରେ ଜାରି ରହିଛି ଭୋଟର ପରିଚୟ ପତ୍ର ସଂଶୋଧନ ପ୍ରକ୍ରିୟା । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ (ceo sushil kumar lohani) ସମସ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ (ceo review meeting regarding revision of voter list) ଅନୁଷ୍ଠିତ ହୋଇଛି ।

ଭୋଟର ତାଲିକାର ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଏବଂ ଭୋଟର ଫଟୋ ପରିଚୟ ପତ୍ର ପ୍ରସ୍ତୁତି, ଏହାର ବଣ୍ଟନ, ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ, ଭୋଟର ତାଲିକାରେ ନୂତନ ଭୋଟର ଭାବେ ନାମ ଅନ୍ତର୍ଭୁକ୍ତ କରିବା ଆଦି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାରର ଫର୍ମ ମୁଖ୍ୟାଳୟରୁ ନେବା ସମ୍ପର୍କରେ ବିସ୍ତୃତ ଭାବେ ବୈଠକରେ ସମୀକ୍ଷା ହୋଇଛି । ରାଜ୍ୟରେ ନୂତନ ଭୋଟରମାନଙ୍କ ପାଇଁ ପ୍ରସ୍ତୁତ ହୋଇ ରହିଥିବା ଭୋଟର ଫଟୋ ପରିଚୟ ପତ୍ରଗୁଡ଼ିକୁ ଆସନ୍ତା ୧୫ ତାରିଖ ସୁଦ୍ଧା ସମ୍ପୃକ୍ତ ଭୋଟରମାନଙ୍କ ନିକଟକୁ ଡାକ ଯୋଗେ ପଠାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଥିବା ସମୀକ୍ଷାରୁ ଜଣାପଡ଼ିଛି । ରାଜ୍ୟର ସମୁଦାୟ ଭୋଟର ୩ କୋଟି ୨୫ ଲକ୍ଷ ୬୧ ହଜାର ୯୮୦ ଜଣଙ୍କ ମଧ୍ୟରୁ ଆଜି ସୁଦ୍ଧା ୧ କୋଟି ୮୦ ଲକ୍ଷ ୩୭ ହଜାର ୯୨୮ ଜଣ ଭୋଟର ସେମାନଙ୍କର ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ନମ୍ବର ସଂଯୋଗ କରିଛନ୍ତି । ଯାହାକି ଶତକଡ଼ା ୫୫. ୪୦ ଭାଗ ଭୋଟର ଆଧାର ନମ୍ବର ଭୋଟର ଫଟୋ ପରିଚୟ ସହ ଯୋଗ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରେଷ୍ଠ ୫ଟି ଜିଲ୍ଲାର ଜିଲ୍ଲାପାଳ ତଥା ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନଙ୍କୁ ପ୍ରଶଂସା କରିଛନ୍ତି । ନବରଙ୍ଗପୁର ୭୫.୭୩ %, ମାଲକାନଗିରି ୭୨.୯୭ %, କଳାହାଣ୍ଡି ୬୯.୪୬ %, ଅନୁଗୋଳ ୬୮.୬୯ % ଏବଂ ସୁବର୍ଣ୍ଣପୁର ୬୬.୪୪ % ଭୋଟର ସେମାନଙ୍କର ଆଧାର ନମ୍ବର ଭୋଟର ଫଟୋ ପରିଚୟ ପତ୍ର ସହ ସଂଯୋଗ କରିଛନ୍ତି । ରାଜ୍ୟର ସହରାଞ୍ଚଳରେ ଭୋଟର ଫଟୋ ପରିଚୟ ପତ୍ର ସହ ଆଧାର ସଂଯୋଗୀକରଣ କାର୍ଯ୍ୟ ଧୀମା ହେଉଥିବାରୁ ସେଠାରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସଂପୃକ୍ତ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ, ଭୁବନେଶ୍ୱର-ପୁରୀରେ ଦମ ଦେଖାଇବ ବାୟୁସେନା

ସେହିପରି ଆଧାର ସଂଯୋଗୀକରଣ କାର୍ଯ୍ୟ ନିମନ୍ତେ ଯୁବ ଭୋଟରମାନଙ୍କୁ ଭୋଟର ହେଲ୍ପଲାଇନ୍ ଆପ୍ ମାଧ୍ୟମରେ ନିଜେ ନିଜେ ଅନ୍‌ଲାଇନ୍‌ରେ ଏହି କାର୍ଯ୍ୟ କରିବା ସମ୍ପର୍କରେ ବ୍ୟାପକ ଭାବେ ସଚେତନ କରିବା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବାରୋପ କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ ସହ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୁତ୍ରୁଘ୍ନ କର ଓ ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁଙ୍କ ସହ ଅନ୍ୟ ବିବାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details