ଭୁବନେଶ୍ବର: ଆସନ୍ତା 31ରେ ବ୍ରଜରାଜନଗର ଉପନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନର ଚୂଡାନ୍ତ ପ୍ରସ୍ତୁତ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ସମୀକ୍ଷା କରିବା ସହ ଭିସି ଜରିଆରେ ଝାରସୁଗୁଡା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି ।
ଉପନିର୍ବାଚନ ନିମନ୍ତେ ଅତିରିକ୍ତ ବୁଥ ସ୍ଥାପନ ବାବଦରେ ଲୋକଙ୍କୁ ସଚେତନ କରିବା ଲାଗି ସିଇଓ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ସାମଗ୍ରୀ ବିତରଣ କେନ୍ଦ୍ର ଓ ଭୋଟ ପରେ ନିର୍ବାଚନ ସାମଗ୍ରୀ ଗ୍ରହଣ, ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ଲାଗି ଟେଣ୍ଟ ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ କର୍ମଚାରୀଙ୍କୁ ସୁରକ୍ଷିତ ଭୋଟ ଗ୍ରହଣ କେନ୍ଦ୍ରକୁ ପଠାଇବା ସହ ପର୍ଯ୍ୟାପ୍ତ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜନ ସମ୍ବନ୍ଧରେ ସମୀକ୍ଷା କରାଯାଇଛି ।