ଓଡିଶା

odisha

By

Published : Jul 22, 2022, 7:19 AM IST

ETV Bharat / city

CEOଙ୍କ ନିର୍ଦ୍ଦେଶ: ନୂଆ ନିୟମାନୁସାରେ ପ୍ରସ୍ତୁତ କର ତ୍ରୁଟିଶୂନ୍ୟ ଭୋଟର ତାଲିକା

ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କୁ CEOଙ୍କ ନିର୍ଦ୍ଦେଶ: ନୂଆ ନିୟମାନୁସାରେ ପ୍ରସ୍ତୁତ କର ତ୍ରୁଟିଶୂନ୍ୟ ଭୋଟର ତାଲିକା
ଜିଲ୍ଲାପାଳଙ୍କୁ CEOଙ୍କ ନିର୍ଦ୍ଦେଶ: ନୂଆ ନିୟମାନୁସାରେ ପ୍ରସ୍ତୁତ କର ତ୍ରୁଟିଶୂନ୍ୟ ଭୋଟର ତାଲିକା

ଭୁବନେଶ୍ବର:ନିର୍ବାଚନ ଆୟୋଗଙ୍କ ସଂଶୋଧିତ ନୂତନ ନିୟମାନୁସାରେ ତ୍ରୁଟିଶୂନ୍ୟ ଓ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାପାଳ/ ଉପଜିଲ୍ଲାପାଳମାନଙ୍କୁ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ କେନ୍ଦ୍ର ସରକାର ଲୋକପ୍ରତିନିଧି ଅଧିନିୟମ ୧୯୫୦ ଏବଂ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ସଂଶୋଧନ କରିଛନ୍ତି । ଯାହାକୁ ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ସଂଶୋଧିତ ନିୟମକୁ ଲୋକପ୍ରତିନିଧି ଅଧିନିୟମ ୧୯୫୦ର ଧାରା ୧୪ (ଖ) ରେ ଅନ୍ତର୍ଭୁକ୍ତ କରାଯାଇଛି ।

ସଂଶୋଧିତ ନୂଆ ନିୟମ ଅନୁଯାୟୀ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ନିମନ୍ତେ ୪ ଟି ଯୋଗ୍ୟତା ସୂଚକ ତାରିଖ ରହିବ । ପୂର୍ବରୁ କେବଳ ନୂତନ ଭୋଟରମାନଙ୍କ ପାଇଁ ଗୋଟିଏ ଯୋଗ୍ୟତା ସୂଚକ ତାରିଖ ଯଥା ପ୍ରତିବର୍ଷ ଜାନୁଆରୀ ୧ ତାରିଖକୁ ଧରାଯାଉଥିଲା । ନୂତନ ନିୟମ ଅନୁସାରେ ଯେଉଁ ନୂଆ ଭୋଟରମାନଙ୍କ ବୟସ ଜାନୁଆରୀ ୧ ତାରିଖ, ଅପ୍ରେଲ ୧ ତାରିଖ, ଜୁଲାଇ ୧ ଓ ଅକ୍ଟୋବର ୧ ତାରିଖ ସୁଦ୍ଧା ୧୮ ବର୍ଷ ହେଉଥିବ ସେମାନେ ଭୋଟର ତାଲିକରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ । ଫଳରେ ଯୁବ ତଥା ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନିଜ ନାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଭୋଟରମାନଙ୍କ ଆଧାର ନମ୍ବରକୁ ସ୍ବେଚ୍ଛାକୃତ ଭାବେ ଭୋଟର ତାଲିକାରେ ସଂଯୋଗ କରାଯିବ ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏହା ଫଳରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ସହ ଦୋହରା ଭୋଟରଙ୍କୁ ରୋକାଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି । ଭୋଟର ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍ ଦେବା, ନାମ ସଂଶୋଧନ କରିବା ଇତ୍ୟାଦି କାର୍ଯ୍ୟ ନିମନ୍ତେ ପୂର୍ବରୁ ଫର୍ମ ନଂ- ୬, ଫର୍ମ ନଂ- ୭, ଫର୍ମ ନଂ- ୮ ବ୍ୟବହାର କରାଯାଉଥିଲା । ଫର୍ମଗୁଡ଼ିକରେ ସଂଶୋଧନ କରାଯାଇ ନୂତନ ଫର୍ମ ନଂ- ୬ରେ ଭୋଟରମାନେ ଭୋଟର ତାଲିକାରେ କେବଳ ନାମ ପଞ୍ଜିକରଣ ନିମନ୍ତେ ଆବେଦନ କରିପାରିବେ ।

ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ ନିମନ୍ତେ ଫର୍ମ ନଂ-୮ର ବ୍ୟବହାର କରାଯିବ । ପୂର୍ବଭଳି ଫର୍ମ ନଂ- ୭ରେ ଭୋଟର ତାଲିକାରୁ ନାମ ବାଦ୍ ଦିଆଯାଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କର୍ମଶାଳାରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଏଏସ୍‌ଇ ଇଦ୍ରିଶ ଖାନ୍ ଓ ଟି. ଯୋଗେଶ୍ବର ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details