ETV Bharat Odisha

ଓଡିଶା

odisha

ETV Bharat / city

ବାତ୍ୟା ‘ମହା’ ଭୟ: 10 ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି - ଅବପାତର ରୂପ ନେଉଛି ବାତ୍ୟା ମହା

ବାତ୍ୟା ‘ମହା’ର ମୁକାବିଲା ନେଇ 10 ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

ବାତ୍ୟା ‘ମହା’ ଭୟ
author img

By

Published : Nov 6, 2019, 5:44 AM IST

ଭୁବନେଶ୍ବର: ଘାରିଛି ବାତ୍ୟା ‘ମହା’ ଭୟ । 10 ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ସତର୍କ ରହିବା ସହିତ ବାତ୍ୟାର ଗତିପଥ ନେଇ ଚିଠିରେ ଉଲ୍ଲେଖ ରହିଛି।

in article image
ବାତ୍ୟା ‘ମହା’ ଭୟ

ସମ୍ଭାବ୍ୟ ବାତ୍ୟା ମହାକୁ ନେଇ କେରଳ, ଗୁଜରାଟ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, ଗୋଆ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ, ନିକୋବର ଆଦି ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର ।

in article image
ବାତ୍ୟା ‘ମହା’ ଭୟ

ସେହିପରି ଲାକ୍ଷାଦୀପ, ଦାମନ ଡିଉ, ଦାଦ୍ରନଗର ହାବେଳି ପ୍ରଶାସକଙ୍କୁ ଚିଠି ଲେଖିଛି ଆଇଏମଡି । ବାତ୍ୟାର ପ୍ରକୋପ ଗୁଜରାଟରେ ଅଧିକ ରହିବ। ବର୍ଷା ଓ ପବନର ବେଗ ଅଧିକ ହେବା ନେଇ ଆଶଙ୍କା କରାଯାଇଛି । ସେହିପରି ମହାରାଷ୍ଟ୍ରର କିଛି ସ୍ଥାନରେ ଏହାର ପ୍ରକୋପ ପରିଲିକ୍ଷିତ ହେବ । ସେଠାରେ ତାଣ୍ଡବ ରଚିବା ପରେ ଏହା କ୍ରମଶଃ ଦୁର୍ବଳ ହେବ । ଏହାପରେ ପୂର୍ବ ଆଡ଼କୁ ମୁହାଁଇବ। ଉତ୍ତର ଓଡିଶା ଉପକୂଳ ଦେଇ ଏହା ପଶ୍ଚିମବଙ୍ଗ ଆଡକୁ ଯିବ ବୋଲି ଉଲ୍ଲେଖ ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details