ଓଡିଶା

odisha

By

Published : May 23, 2021, 6:58 PM IST

ETV Bharat / city

ରାଜ୍ୟର ଆଉ 8 ଜିଲ୍ଲାରେ ପ୍ରତିଷ୍ଠା ହେବ PSA ଅକ୍ସିଜେନ ପ୍ଲାଣ୍ଟ, କେନ୍ଦ୍ରର ମଞ୍ଜୁରୀ

ଓଡିଶାର ଆଉ 8ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ରାଜ୍ୟର ଆଉ 8 ଜିଲ୍ଲାରେ ପ୍ରତିଷ୍ଠା ହେବ PSA ଅକ୍ସିଜେନ ପ୍ଲାଣ୍ଟ, କେନ୍ଦ୍ରର ମଞ୍ଜୁରୀ
ରାଜ୍ୟର ଆଉ 8 ଜିଲ୍ଲାରେ ପ୍ରତିଷ୍ଠା ହେବ PSA ଅକ୍ସିଜେନ ପ୍ଲାଣ୍ଟ, କେନ୍ଦ୍ରର ମଞ୍ଜୁରୀ

ଭୁବନେଶ୍ବର: ଓଡିଶାର ଆଉ 8ଟି ଜିଲ୍ଲାରେ ପ୍ରତିଷ୍ଠା ହେବ ପିଏସଏ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ । ରାଜ୍ୟରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା ଅନୁଯାୟୀ, ପିଏମ କେୟାର ପାଣ୍ଠିରୁ ପୁଣି ଓଡ଼ିଶାର 8ଟି ଜିଲ୍ଲାରେ ପିଏସଏ ମେଡ଼ିକାଲ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଅନୁମୋଦନ ପ୍ରଦାନ କରିଛନ୍ତି । ରାଜ୍ୟର ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ଦେବଗଡ଼, ଝାରସୁଗୁଡ଼ା, କୋରାପୁଟ, ନୟାଗଡ଼ ଏବଂ ସୋନପୁର ଜିଲ୍ଲାରେ ଡିଆରଡିଓ ଦ୍ବାରା ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ଡ଼ିଆରଡ଼ିଓ ଓଡ଼ିଶାର ବୌଦ୍ଧ ଏବଂ କଟକ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରୁଛି ।

ରାଜ୍ୟରେ ମେଡ଼ିକାଲ ଅକ୍ସିଜେନର ଉପଲବ୍ଧିକୁ ଗତି ଦେବା ପାଇଁ ତଥା ମହାମାରୀ ମୁକବିଲାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ପୂର୍ବରୁ ଭାରତ ସରକାରଙ୍କ ଦ୍ବାରା ପିଏମ କେୟାର ଫଣ୍ଡରୁ ଅନୁଗୁଳ, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମାଲକାନଗିରି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି ।

କୋଭିଡ-19 ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟର ପିଏସୟୁ ଓଡ଼ିଶାର 7ଟି ସ୍ଥାନ ଯଥା ବରଗଡ଼, ଖୋର୍ଦ୍ଧା, ନବରଙ୍ଗପୁର, ନୂଆପଡ଼ା, ପୁରୀ, ସମ୍ବଲପୁର ଏବଂ ରାଉରକେଲାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରୁଛି ।

ଢ଼େଙ୍କାନାଳ,ଗଜପତି,ଗଞ୍ଜାମ,ଜଗତସିଂହପୁର, କେନ୍ଦ୍ରାପଡ଼ା,ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରେ ପିଏସଏ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଥିବାରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଓଡ଼ିଶାର ପ୍ରତ୍ୟେକଟି ଜିଲ୍ଲାରେ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନା କରିବା ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡ଼ିଥିବା କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details