ଓଡିଶା

odisha

ETV Bharat / city

ନନ୍ଦନକାନନରେ କେନ୍ଦ୍ରୀୟ ଟିମ: ‘ହାତୀ ମୃତ୍ୟୁ ପଛରେ ହରପିସ୍ ଭୂତାଣୁ’ - କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଉପସ୍ଥିତ

ନନ୍ଦନକାନନରେ ଚାଲିଛି ହାତୀ ମୃତ୍ୟୁର ଅନୁଧ୍ୟାନ । କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଉପସ୍ଥିତ । ଜାତୀୟ ହରପିସ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମାହାତୋଙ୍କ ମଧ୍ୟ ଏଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।

ନନ୍ଦନକାନନରେ କେନ୍ଦ୍ରୀୟ ଟିମ: ‘ହାତୀ ମୃତ୍ୟୁ ପଛରେ ହରପିସ୍ ଭୂତାଣୁ’

By

Published : Sep 25, 2019, 7:04 PM IST

ଭୁବନେଶ୍ବର: ନନ୍ଦନକାନନରେ ପହଞ୍ଚିଲା କେନ୍ଦ୍ରୀୟ ଟିମ । ଚାଲିଛି ହାତୀ ମୃତ୍ୟୁର ଅନୁଧ୍ୟାନ । ଉପସ୍ଥିତ ଅଛନ୍ତି କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଓ ଜାତୀୟ ହରପିସ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମାହାତୋ ।

ନନ୍ଦନକାନନରେ କେନ୍ଦ୍ରୀୟ ଟିମ: ‘ହାତୀ ମୃତ୍ୟୁ ପଛରେ ହରପିସ୍ ଭୂତାଣୁ’

ଉଭୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି । ଏମାନେ 4 ହାତୀଙ୍କ ଚିକିତ୍ସାର ତଦାରଖ କରିବେ । ଉଲ୍ଲେଖଯୋଗ୍ୟ ଯେ ଦେଢ ମାସରେ 4 ହାତୀଙ୍କ ଜୀବନ ନେଇଛି ହରପିସ ଭୂତାଣୁ ।

ତେବେ କେନ୍ଦ୍ରୀୟ ଟିମଙ୍କ କହିବା ଅନୁଯାୟୀ, ହାତୀ ମୁତ୍ୟୁର କାରଣ ଭାଇରସ । ଚିକିତ୍ସାରେ କୌଣସି ପ୍ରକାର ଅବହେଳା ହୋଇନି । ଫନି ପରେ ନନ୍ଦନକାନନରେ ପରିବେଶ ବଦଳି ଯାଇଛି । ଫଳରେ ହାତୀ ମୁତ୍ୟୁ ଘଟିଛି । ତେବେ ଏହି ଭୂତାଣୁ କେବଳ ହାତୀ ଛୁଆଙ୍କୁ ଆକ୍ରାନ୍ତ କରିଥାଏ । ଏହା ଅନ୍ୟ କୌଣସି ଜୀବଜନ୍ତୁଙ୍କୁ ଆକ୍ରାନ୍ତ କରିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି କେନ୍ଦ୍ରୀୟ ଟିମ ।

ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣର ସଦସ୍ୟ ସଚିବ ଏସପି ଯାଦବ, ଆସାମର ଜାତୀୟ ହରପିକ ପ୍ରୋଜେକ୍ଟର ମୁଖ୍ୟ ଗୌରାଙ୍ଗ ମାହାତୋ, ନନ୍ଦନକାନନର ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଏବଂ ଓୟୁଏଟିର ଡାକ୍ତରୀ ଦଳଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା । ଏହାସହ ଅନ୍ୟ 4ଟି ହାତୀ କିଭଳି ଭାବରେ ସୁରକ୍ଷିତ ରହିବେ ସେନେଇ ଦୃଷ୍ଟି ରଖାଯିବ ବୋଲି କେନ୍ଦ୍ରୀୟ ଟିମ ସୂଚନା ଦେଇଛି । ହାତୀ ଛଡା ଅନ୍ୟ ଜୀବଜନ୍ତୁ କିଭଳି ଭାବରେ ସୁରକ୍ଷିତ ରହିବେ ସେନେଇ ମଧ୍ୟ ଆଲୋଚନା ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details