ଓଡିଶା

odisha

ETV Bharat / city

CRUT ପ୍ରଶଂସାରେ କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ - କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ

କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ ଦୁର୍ଗା ଶଙ୍କର ମିଶ୍ର ସ୍ମାର୍ଟସିଟି ଭୁବନେଶ୍ୱରରେ କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପୋର୍ଟର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରି ଟ୍ବିଟ କରିଛନ୍ତି । ଅଧିକ ପଢନ୍ତୁ...

CRUT ପ୍ରଶଂସାରେ କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ
CRUT ପ୍ରଶଂସାରେ କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ

By

Published : Nov 12, 2020, 1:22 PM IST

ଭୁବନେଶ୍ବର: କୃଟକୁ ପ୍ରଶଂସା କଲେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ସଚିବ । କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ ଦୁର୍ଗା ଶଙ୍କର ମିଶ୍ର ସ୍ମାର୍ଟସିଟି ଭୁବନେଶ୍ୱରରେ କ୍ୟାପିଟାଲ ଅର୍ବାନ ରିଜିଅନ ଟ୍ରାନ୍ସପୋର୍ଟର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରି ଟ୍ବିଟ କରିଛନ୍ତି।

CRUT ପ୍ରଶଂସାରେ କେନ୍ଦ୍ର ସହରାଞ୍ଚଳ ବିକାଶ ସଚିବ

କୋରୋନା ମହାମାରୀ ସମୟରେ କୃଟ ଯେଉଁଭଳି ଭାବରେ ସମାଜିକ ଦାୟିତ୍ୱବୋଧତାର ପରିଚୟ ଦେଇଛି ତାହା ସାରା ଦେଶରେ ଏକ ଅନନ୍ୟ ଉଦାହରଣ । ମହାମାରୀ ସଂକ୍ରମଣ ସମୟରେ କୃଟ ପକ୍ଷରୁ ଲୋକଙ୍କୁ ପନିପରିବା, ତେଜରାତି ସାମଗ୍ରୀ ଯୋଗାଇ ଦିଆଯାଇଛି, ତାହା ଅତ୍ୟନ୍ତ ପ୍ରଶଂସନୀୟ। କୃଟ ପକ୍ଷରୁ ଏକ ଅଭିନବ ଶୈଳୀରେ ବସ୍ ପାଠାଶାଳା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ଯାହା ସାଧାରଣ ଯାତ୍ରୀଙ୍କୁ ସହାୟକ ହେବ।

୧୨୦୦ କ୍ରିଉ ସଦସ୍ୟଙ୍କ ପ୍ରଶିକ୍ଷଣ ଦିଆଯାଇଛି । ସେମାନଙ୍କ ଅନ୍ତର୍ନିହିତ ଦକ୍ଷତା ବୃଦ୍ଧିରେ ଏହି ପ୍ରଶିକ୍ଷଣ ସହାୟକ ହେବ। ମୋ ବସ କାହାଣୀ ଓ ଖେଳ ଦ୍ୱାରା ମଧ୍ୟ ସଚେତନତା କରାଯାଉଛି ଯାହା ବାସ୍ତବରେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details