ଓଡିଶା

odisha

ETV Bharat / city

ଆଜି ନନ୍ଦନକାନନ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ - ନନ୍ଦନକାନନରେ ହରପିସ ରିସର୍ଚ୍ଚ

ଭୁବନେଶ୍ବର ନନ୍ଦନକାନରେ ବୁଧବାର ପହଞ୍ଚିବେ କେନ୍ଦ୍ରୀୟ ରିସର୍ଚ୍ଚ ଟିମ । ସେମାନେ ହରପିସ ନାମକ ଏକ ଭୂତାଣୁ ଉପରେ ରିସର୍ଚ୍ଚ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 25, 2019, 12:48 PM IST

ଭୁବନେଶ୍ବର: ବୁଧବାର ନନ୍ଦନକାନନକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ । ନନ୍ଦନକାନନରେ ଥିବା ଜୀବଜନ୍ତୁଙ୍କୁ ପରଖିବେ ଏହି ଟିମ । ହରପିସ ନାମକ ଏକ ଭୂତାଣୁ ଉପରେ ରିସର୍ଚ୍ଚ କରିବା ନେଇ ସୂଚନା ରହିଛି । ‘ସେଣ୍ଟ୍ରାଲ ଜୁ’ ର ମେମ୍ବର ଅଧିକାରୀ ଓ ଆସାମର ହରପିସର ବିଶେଷଜ୍ଞ ଡ଼ଃ ଗୌରାଙ୍ଗ ମହତ୍ତ୍ବ ଏହି ଟିମରେ ସାମିଲ ଅଛନ୍ତି । ସେମାନେ ନନ୍ଦନକାନନ ଆସି ପରିଭ୍ରମଣ କରି ଏହି ଭୂତାଣୁ ଉପରେ ରିସର୍ଚ୍ଚ କରିବା ସୂଚନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୀର୍ଘ ଦିନ ଧରି ନନ୍ଦନକାନନରେ ଜୀବଜନ୍ତୁମାନେ ମୃତ୍ୟୁବରଣ କରୁଛନ୍ତି । ଅଜଣା ରୋଗ ହେଉ ବା ସେମାନଙ୍କ ସୁରକ୍ଷାରେ ଅବହେଳା ଦ୍ବାରା ମୃତ୍ୟୁ ଏ ସମସ୍ତକୁ ଅନୁଧ୍ୟାନ କରିବାକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ । ଏହି ଟିମ ସମସ୍ତ ଘଟଣାର ତଦାରଖ କରିବେ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ କିଛି ଟିପ୍ପ ମଧ୍ୟ ଦେବେ। ବିଶେଷ ଭାବରେ ହରପିସ ଭାଇରସ ଉପରେ ରିସର୍ଚ୍ଚ କରିବେ।


ଏହି ହରପିସ ଭାଇରସ ବିଶେଷ ଭାବେ ହାତୀମାନଙ୍କ ପାଖରେ ଅତ୍ୟଧିକ ଦେଖିବାକୁ ମିଳିଛି । ତେଣୁ ନନ୍ଦନକାନନରରେ ଥିବା 4ଟି ହାତୀ କିଭଳି ଭାବରେ ସୁରକ୍ଷାରେ ରହିପାରିବେ, ସେନେଇ ଆଲୋଚନା କରିବେ। ଅନ୍ୟପକ୍ଷରେ କେଉଁ କାରଣରୁ ବିଭିନ୍ନ ରୋଗ ଆସୁଛି ସେନେଇ ମଧ୍ୟ ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ । ଆସାମର ହରପିସର ବିଶେଷଜ୍ଞ ଡ଼ଃ ଗୌରାଙ୍ଗ ମହତ୍ତ୍ ତତ୍ୱାବଧାନରେ ଟିମ ରିସର୍ଚ୍ଚ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details