ଓଡିଶା

odisha

ETV Bharat / city

ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ 16ରେ ଆସିବ କେନ୍ଦ୍ରୀୟ ଟିମ

ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ବରେ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସୁଛି କେନ୍ଦ୍ରୀୟ ଟିମ । ସେପ୍ଟେମ୍ବର 16 ସକାଳେ ଏହି ଟିମ ଭୁବନେଶ୍ବରରେ ପହଞ୍ଚିବ । ଅଧିକ ପଢନ୍ତୁ...

ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ 16ରେ ଆସିବ କେନ୍ଦ୍ରୀୟ ଟିମ
ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ 16ରେ ଆସିବ କେନ୍ଦ୍ରୀୟ ଟିମ

By

Published : Sep 15, 2020, 9:44 PM IST

ଭୁବନେଶ୍ବର: ଆସନ୍ତା 16ରେ ଓଡିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଏହି ଟିମ ରାଜ୍ୟରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କରିବେ । ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଠଙ୍କ ନେତୃତ୍ବରେ ଏହି ଟିମ ଓଡିଶା ଆସୁଛି ।

ଦୁଇ ଦିନିଆ ଗସ୍ତରେ ଆସୁଥିବା କେନ୍ଦ୍ରୀୟ ଟିମରେ କୃଷି ମନ୍ତ୍ରଣାଳୟ, ଜଳସମ୍ପଦ, ସଡକ ପରିବହନ, ଗ୍ରାମ୍ୟ ଉନ୍ନୟନ, ଅର୍ଥ ବିଭାଗର ଅଧିକାରୀ ସାମିଲ ରହିଛନ୍ତି । ସେପ୍ଟେମ୍ବର 16 ସକାଳେ ଏହି ଟିମ ଭୁବନେଶ୍ବରରେ ପହଞ୍ଚିବ । ଏହାପରେ ପୁରୀ, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବେ ଟିମର ସଦସ୍ୟ ।

ସେପ୍ଟେମ୍ବର 17 ମଧ୍ୟାହ୍ନରେ କେନ୍ଦ୍ରୀୟ ଟିମ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବା ପରେ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ସମୀକ୍ଷା ହେବ । ଏହାପରେ ଦିଲ୍ଲୀ ଫେରିଯିବେ ଟିମର ସଦସ୍ୟ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details