ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ ପହଞ୍ଚିଲେ 7 ଜଣିଆ କେନ୍ଦ୍ରୀୟ ଟିମ୍ - _central team visit odisha

୭ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି ।  ଶୁକ୍ରବାର ବାତ୍ୟା କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବେ ଏହି  ୭ ଜଣିଆ କେନ୍ଦ୍ରୀୟ ଟିମ୍ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 14, 2019, 5:09 PM IST

ଭୁବନେଶ୍ବର: ୭ ଜଣିଆ କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସହେଲୀ ଘୋଷ ରାୟଙ୍କ ନେତୃତ୍ବରେ ଏହି ଟିମ୍ ଭୁବନେଶ୍ବର ପହଞ୍ଚିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ଟିମ୍ ବୁଲବୁଲ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିବେ । ପ୍ରଥମେ ଭଦ୍ରକ ଏବଂ ପରେ କେନ୍ଦ୍ରାପଡା ଜିଲ୍ଲାର କ୍ଷୟକ୍ଷତି ଆକଳନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ଟିମ୍ ଗୁରୁବାର ଭଦ୍ରକ ଧାମରାରେ ରାତ୍ରିଯାପନ କରି ଶୁକ୍ରବାର ଦୁଇ ଭାଗ ହୋଇ ହେଲିକପ୍ଟରରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ ।

ଏହି ଟିମରେ ଏନର୍ଜୀ ଡିପାର୍ଟମେଣ୍ଟର ମୁଖ୍ୟ ଇଞ୍ଜିନିୟର ବନ୍ଦନା ସିଂଘଲ, ଏକ୍ସପେଣ୍ଡିଚର୍ ଡିପାର୍ଟମେଣ୍ଟର କନସଲଟାଣ୍ଟ ଦୀନା ନାଥ, ଗ୍ରାମୀଣ ବିକାଶ ବିଭାଗର ଏସ.ଏସ ମୋଦି, ସିଡ୍ଲ୍ୟୁସି ବିଭାଗର ସୁପରିଟେଣ୍ଡଣ୍ଟ ଇଞ୍ଜିନିୟର ଅମରିଶ ପାଲ୍ ସିଂ, କେନ୍ଦ୍ର କୃଷି ବିଭାଗର ବିରେନ୍ଦ୍ର ସିଂ, ସଡକ ପରିବହନ ବିଭାଗର ସୁନୀଲ କୁମାର ପ୍ରମୁଖ ରହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details