ଭୁବନେଶ୍ବର:ଜୱାଦ କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସିବ କେନ୍ଦ୍ରୀୟ ଟିମ । ଏନେଇ ସୂଚନା ଦିଆଯାଇଛି । ଆଜିଠୁ ଅର୍ଥାତ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବାତ୍ୟା ଜୱାଦ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳ ଗସ୍ତ କରିବ କେନ୍ଦ୍ରୀୟ ଟିମ।
ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଅମଳ ହେବା ଥିବା ଧାନ ସହ ବିଭିନ୍ନ ପନିପରିବା ଚାଷ ବ୍ୟାପକ କ୍ଷତି ହୋଇଛି । ଫଳରେ ଚାଷୀ ଏବେ ଚିନ୍ତାରେ ।