ବାଲେଶ୍ବର:ଜିଲ୍ଲାରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ବାତ୍ୟା ୟସ କ୍ଷୟକ୍ଷତି ଆକଳନ ପାଇଁ ବାଲେଶ୍ବରରେ ପହଞ୍ଚିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ। କେନ୍ଦ୍ର ପ୍ରତିନିଧି ଦଳ ସହ ରାଜ୍ୟ ସରକାରଙ୍କ ପ୍ରତିନିଧି ମିଳିତ ଭାବରେ ଗସ୍ତ କରିଛନ୍ତି । ବାଲେଶ୍ବରେ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ଭଦ୍ରକ ଗସ୍ତ କରିଛନ୍ତି କେନ୍ଦ୍ରୀୟ ଟିମ ।
ଆଜି ସକାଳେ ବାତ୍ୟା ସମୀକ୍ଷା ପାଇଁ ବାଲେଶ୍ଵରରେ ପହଞ୍ଚିଥିଲେ କେନ୍ଦ୍ରୀୟ ପ୍ରତିନିଧି ଦଳ । ସକାଳ 10 ଟା 30 ରେ ସ୍ବତନ୍ତ୍ର ହେଲିକ୍ୟାପ୍ଟରରେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚିଥିଲେ । ଏହା ପରେ ସେମାନେ ସର୍କିଟ ହାଉସରେ ଯାଇଥିଲେ। ଏହି ଟିମରେ ଟିମ ଲିଡର ଗୃହମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁନୀଲ ବର୍ଣ୍ଣଲ ଥିବା ବେଳେ କୈଳାସ କୁମାର, ଶିଶିର ପ୍ରଧାନ ଓ ଦିଗାମ୍ବର ସ୍ବାଇଁ ପ୍ରମୁଖ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥା, ଚାନ୍ଦିପୁର, ବଳରାମଗଡ଼ି ବାତ୍ୟା ଅଞ୍ଚଳର ପରିଦର୍ଶନ କରିବା ପରେ ବାହାନଗା ଓ ସୋର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହା ପରେ ଏହି ଟିମ ବର୍ତ୍ତମାନ ଭଦ୍ରକ ଗସ୍ତ କରିଛି । ଏହି ଟିମ ବାତ୍ୟା ୟସର ସମସ୍ତ କ୍ଷୟକ୍ଷତି ରିପୋର୍ଟ ସଂଗ୍ରହ କରି ସରକାରଙ୍କୁ ପ୍ରଦାନ କରିବେ।