ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା - କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା

କୋରୋନା ଭାଇରସ ଓ ବାର୍ଡ ଫ୍ଲୁକୁ ନେଇ 3 ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ ଗସ୍ତ କରିଛନ୍ତି ।

central team in capital hospital for supervising corona and bird flu
କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା

By

Published : Jan 31, 2020, 2:54 PM IST

ଭୁବନେଶ୍ବର:ବିଶ୍ବବ୍ୟାପୀ କୋରୋନା ଭାଇରସ ଆତଙ୍କ ସୃଷ୍ଟି କରିଥିବା ବେଳେ ରାଜଧାନୀରେ ବାର୍ଡ ଫ୍ଲୁ ଆତଙ୍କ ସୃଷ୍ଟି କରିଛି। ତେବେ ଏନେଇ 3 ଜଣିଆ କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲ ଗସ୍ତ କରି କରୋନା ଓ ବାର୍ଡଫ୍ଲୁ ୱାର୍ଡର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହାସହ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲରେ କେନ୍ଦ୍ରୀୟ ଟିମ, କୋରୋନା ଓ ବାର୍ଡଫ୍ଲୁ ବ୍ୟବସ୍ଥାର କଲେ ସମୀକ୍ଷା

10 ଦିନିଆ ଗସ୍ତରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମ କ୍ୟାପିଟାଲ ହସ୍ପିଟାଲରେ କୋରୋନା ଓ ବାର୍ଡ ଫ୍ଲୁ ପାଇଁ କରାଯାଇଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି । ରାଜ୍ୟରେ ଦୁଇ ଜଣଙ୍କ ଠାରେ କୋରୋନା ଭାଇରସ ରହିଥିବା ସନ୍ଦେହ କରାଯାଉଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଚୀନରୁ ଆସିଥିବା ବେଳେ ଅନ୍ୟ ଜଣେ ଅଷ୍ଟ୍ରେଲିଆରୁ ଆସିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଭାଇରସର ଉପସ୍ଥିତି ସଂପର୍କରେ କୌଣସି ସୂଚନା ମିଳିନାହିଁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details