ଓଡିଶା

odisha

କେନ୍ଦ୍ରମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା ଗୁଡିକର ଉନ୍ନତି ପାଇଁ ଚିନ୍ତା କରିଛନ୍ତି: ସମୀର ମହାନ୍ତି

By

Published : Apr 14, 2022, 9:40 PM IST

ରାଜ୍ୟରେ ଆକାଂକ୍ଷୀ ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଆରମ୍ଭ ହୋଇଯାଇଛି । ଏନେଇ ୧୦ଜଣ କେନ୍ଦ୍ରମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା ଗସ୍ତ କରିଛନ୍ତି । ଅଧିକ ପଢନ୍ତୁ

କେନ୍ଦ୍ର ମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସଭାପତି ଓ ସଂଗଠନ ନେତା ରହିବାର ଆବଶ୍ୟକତା ନାହିଁ : ସମୀର ମହାନ୍ତି
କେନ୍ଦ୍ର ମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସଭାପତି ଓ ସଂଗଠନ ନେତା ରହିବାର ଆବଶ୍ୟକତା ନାହିଁ : ସମୀର ମହାନ୍ତି

ଭୁବନେଶ୍ବର :ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକର ସ୍ଥିତି ପରଖିବେ କେନ୍ଦ୍ର ସରକାର । ଏଥିଲାଗି ଗତକାଲି ଠୁ ରାଜ୍ୟର 10ଟି ଆକାଂକ୍ଷୀ ଜିଲ୍ଲା ଗସ୍ତ କରିଛନ୍ତି 10ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀମାନେ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ସ୍ଥିତି ଦେଖୁଛନ୍ତି । 20 ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ । ତେବେ ଏହାରି ଭିତରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ର ମନ୍ତ୍ରୀଙ୍କ ଆକାଂକ୍ଷୀ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ସଭାପତି ଓ ସଂଗଠନ ନେତା ରହିବାର ଆବଶ୍ୟକତା ନାହିଁ : ସମୀର ମହାନ୍ତି

ସେ କହିଛନ୍ତି, ସମୀକ୍ଷାରେ ବିଲକୁଲ କୌଣସି ବାହାର ଲୋକଙ୍କର ରହିବାର ଆବଶ୍ୟକତା ନାହିଁ, ସମୀକ୍ଷା ସମ୍ପୂର୍ଣ୍ଣ ଭାବେ ସରକାରୀ ହେବ। କେନ୍ଦ୍ରମନ୍ତ୍ରୀମାନେ ସମୟ ବାହାର କରି ବିଜେପି ଜିଲ୍ଲା ସଭାପତି ଏବଂ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ସଭାପତି ସମୀର ମହାନ୍ତି । କେନ୍ଦ୍ରମନ୍ତ୍ରୀ ଆକାଂକ୍ଷୀ ଜିଲ୍ଲା ଗୁଡିକର ଉନ୍ନତି ପାଇଁ ଚିନ୍ତା କରିଛନ୍ତି । ତେଣୁ ରାଜ୍ୟ ସରକାର ଏଥିରେ ମୁଣ୍ଡ ଖେଳାଇବାର ଆଦୌ ଆବଶ୍ୟକତା ନାହିଁ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ଆକାଂକ୍ଷୀ ଗସ୍ତ ରାଜ୍ୟରେ ରହିଥିବା ସମସ୍ୟା ଗୁଡ଼ିକ ଲୋକଲୋଚନକୁ ଆସିପାରେ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details