ଭୁବନେଶ୍ବର: ନବୀନଙ୍କ ପ୍ରଶଂସାରେ ଶତମୁଖ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ । ଭୁବନେଶ୍ବରରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସେ ସିଧାସଳଖ ଏ କଥା କହିଥିଲେ 'କି ନବୀନ ଜଣେ ଭଲ ଲୋକ'। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲ କାମ କରୁଛନ୍ତି ଓ ଅଧିକ କାମ କରିବାର ଆବଶ୍ୟକତା ରହିଛି।
ଏହା ସହ ସେ ପୂର୍ବ ସରକାର ବିଷୟରେ ମଧ୍ୟ ବଖାଣିଛନ୍ତି । ବିଜେଡି ପୂର୍ବରୁ ଏନଡିଏ ଅଂଶୀଦାର ଦଳ ଥିଲା। ଏପରିକି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିଲେ। ଏବେ ଯଦିଓ ଏନଡିଏ ସହିତ ସେ ପ୍ରତ୍ୟେକ୍ଷ ଭାବେ ଜଡିତ ନାହାଁନ୍ତି ତେବେ ପରୋକ୍ଷ ତାଙ୍କର ସମର୍ଥନ ରହିଛି। ବିଜେପି ଓଡ଼ିଶାରେ ବିଜେଡିକୁ ବିରୋଧ କରିବା ସ୍ବଭାବିକ କଥା ବୋଲି ସେ କହିଛନ୍ତି ।