ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ - କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ଓଡ଼ିଶାର ରାଉରକେଲାରେ ହେବ ଟୁଲ ରୁମ ଟ୍ରେନିଂ ସେଣ୍ଟର । 200କୋଟି ଟଙ୍କା ଖର୍ଚ୍ଚ କରିବା ସହ କେନ୍ଦ୍ର ସରକାର ଜମି ମଧ୍ୟ ଯୋଗାଇ ଦେବେ । ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଅଧିକ ଖବର ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

By

Published : Feb 12, 2020, 1:30 PM IST

ଭୁବନେଶ୍ବର: ଓଡ଼ିଶାର ରାଉରକେଲାରେ ହେବ ଟୁଲରୁମ ଟ୍ରେନିଂ ସେଣ୍ଟର । 200କୋଟି ଟଙ୍କା ଖର୍ଚ୍ଚ କରିବା ସହ କେନ୍ଦ୍ର ସରକାର ଜମି ମଧ୍ୟ ଯୋଗାଇ ଦେବେ । ରାଜ୍ୟର ବ୍ରହ୍ମପୁର, କେନ୍ଦୁଝର, କଳାହାଣ୍ଡି ଓ ବାଲେଶ୍ବରରେ ହେବ ଏକ୍ସଟେନସନ ସେଣ୍ଟର। ପ୍ରତ୍ୟେକ ସେଣ୍ଟର ପାଇଁ ଖର୍ଚ୍ଚ ହେବ 20 କୋଟି। ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

କେବଳ ସେତିକି ନୁହେଁ ସାରା ଭାରତରେ ହେବ 226ଟି ଏମଏସଏମଇ କ୍ଲଷ୍ଟର । ସେହି ପରିପ୍ରେକ୍ଷୀରେ ଓଡ଼ିଶାରେ ହେବ 45ଟି କ୍ଲଷ୍ଟର। ସେହିଭଳି ଉପକୂଳ ଜିଲ୍ଲାରେ ଅବ୍ୟବହୃତ ହୋଇ ପଡ଼ିଥିବା ପ୍ରାୟ 6700 ଏକର ଜମିରେ ମାଛ ଚାଷ କରିବାକୁ ଯୋଜନା ରହିଛି। ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ।

କେଜ କଲଚର ଜରିଆରେ ମାଛ ଚାଷ ନେଇ ଯୋଜନା ହେଉଛି। ଆସନ୍ତା 14 ତାରିଖରେ ବାଲେଶ୍ବରରେ ଏନେଇ ଏକ କର୍ମଶାଳା ହେବ। ଖୁବ ଶୀଘ୍ର ଏମଏସଏମଇ ସଚିବ ରାଜ୍ୟରେ ବିଭାଗ କଣ କରୁଛି, ଆଗକୁ କଣ କରିବାର ଯୋଜନା ରହିଛି ସେ ବାବଦରେ ରିପୋର୍ଟ ଦେବେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details