ଭୁବନେଶ୍ବର:ଭାରତରେ ଅନଲାଇନ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୫ ତମ ଫାଇନାନ୍ସ, ଅନଲାଇନ୍ ଶିକ୍ଷା ଏବଂ ଭାରତରେ ଉଚ୍ଚଶିକ୍ଷା ପାଇଁ ଆଞ୍ଚଳିକ ଭାଷାରେ ବୃତ୍ତିଗତ ପାଠ୍ୟକ୍ରମର ବିକାଶ ପାଇଁ ୬ ହଜାର ୧୪୩ କୋଟି କୋଟି ଟଙ୍କା ଅନୁଦାନ ପାଇଁ ସୁପାରିଶ କରାଯାଇଛି ।
ଅନଲାଇନ ଶିକ୍ଷା ବିକାଶକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୂତ୍ବପୂର୍ଣ୍ଣ ସୂଚନା - ଅନଲାଇନ ଶିକ୍ଷାକୁ ନେଇ ଧର୍ମେନ୍ଦ୍ର ପ୍ରଧାନ
ଭାରତରେ ଅନଲାଇନ ଶିକ୍ଷାର ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ...
![ଅନଲାଇନ ଶିକ୍ଷା ବିକାଶକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୂତ୍ବପୂର୍ଣ୍ଣ ସୂଚନା ଅନଲାଇନ ଶିକ୍ଷା ବିକାଶକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଗୁରୂତ୍ବପୂର୍ଣ୍ଣ ସୂଚନା](https://etvbharatimages.akamaized.net/etvbharat/prod-images/768-512-12510945-thumbnail-3x2-pradhan.jpg)
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଲିଖିତ ଉତ୍ତରରେ ଲୋକସଭାରେ ଏହା ଉଲ୍ଲେଖ କରିଛନ୍ତି। ଗୃହରେ ଜଣେ ସଦସ୍ୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମୋଟ ରାଶି ମଧ୍ୟରୁ କେବଳ ଆନ୍ଧ୍ରପ୍ରଦେଶ ପାଇଁ ୨୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।
କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ଯେ ମାସିଭ୍ ଓପନ୍ ଅନଲାଇନ ପାଠ୍ୟକ୍ରମ ବା MOOCSର ବିକାଶ, ଘରୋଇ- DTH ବିଷୟବସ୍ତୁ ବିକାଶ, ଡିଜିଟାଲ୍ ଶ୍ରେଣୀଗୃହ ଏବଂ ସାମାଜିକ ତଥା ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବିଭାଗରେ ୨୫ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଉପକରଣ ଯୋଗାଣ ମାଧ୍ୟମରେ ଅନଲାଇନ୍ ଶିକ୍ଷାର ପ୍ରୋତ୍ସାହନ ପ୍ରଦାନ କରାଯାଇଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ