ଭୁବନେଶ୍ବର: ଜାତୀୟ ମହିଳା ଦୃଷ୍ଟିହୀନ ଟି-20 କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ବିଜୟ ହାସଲ କରିଛି ଓଡିଶା ଦଳ । ଏହି ଅବସରରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ନୂଆଦିଲ୍ଲୀ ସ୍ଥିତ ବସଭବନରେ ସକ୍ଷାତ କରି ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା - ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମ
ଦୃଷ୍ଟିହୀନ ଟି-20 କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ବିଜୟୀ ହୋଇଥିବା ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ଭେଟି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ...

ଓଡ଼ିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା
ଏ ନେଇ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଟ୍ବିଟ କରି କହିଛନ୍ତି ଯେ, ‘ଓଡିଶା ଦୃଷ୍ଟିହୀନ ମହିଳା କ୍ରିକେଟ ଟିମର ସଦସ୍ୟଙ୍କୁ ସକ୍ଷାତ କରି ଆନନ୍ଦିତ ହୋଇଛି । ଜାତୀୟ ମହିଳା ଦୃଷ୍ଟିହୀନ ଟି-20 କ୍ରିକେଟ ପ୍ରତିଯୋଗିତା ଫାଇନାଲରେ ଓଡିଶା ଦଳ ଜିତି ଥିବାରୁ ଅଭିନନ୍ଦନ । ଦୃଢ ଇଚ୍ଛାଶକ୍ତି ଓ ସାହସ ଥିଲେ ସଫଳତାର ମାର୍ଗରେ କୌଣସି ବାଧା ଉପୁଜିବ ନାହିଁ, ତାହା ଏହି ଝିଅମାନେ ପ୍ରମାଣିତ କରିଛନ୍ତି’ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ