ଭୁବନେଶ୍ବର: ଜୁଲାଇ ମାସରେ ଓଡ଼ିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ, ଭାରତୀୟ ଶିଳ୍ପ ସଂଘ, ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନ ଏବଂ ପିଏସୟୁ ମୁଖ୍ୟଙ୍କ ସହ କୋଭିଡ୍ ଟୀକାକରଣର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, "ଭାରତ ସରକାରଙ୍କ ଟୀକାକରଣ ବ୍ୟବସ୍ଥା ବ୍ୟତୀତ ରାଜ୍ୟରେ କର୍ପୋରେଟ୍ ଅନୁଷ୍ଠାନ ଏବଂ ଘରୋଇ ହସ୍ପିଟାଲ ମିଳିତ ଭାବରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ୨୫ ପ୍ରତିଶତ ଟିକାକରଣ କରିବାର ଦାୟିତ୍ୱ ନିଅନ୍ତୁ । ଟିକା ସଂଗ୍ରହ, ଟିକା ଯୋଗାଣ ଏବଂ ଟିକାକରଣକୁ ସୁଗମ କରିବା ପାଇଁ କର୍ପୋରେଟ୍ ଭ୍ୟାକସିନ୍ ଟ୍ୟାସ୍କ ଫୋର୍ସ ଗଠନ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ଇଣ୍ଡିଆନ ଅଏଲ, ସିଆଇଆଇ, ସେଲ ଏବଂ ନାଲକୋ ବିଭିନ୍ନ ଘରୋଇ ହସ୍ପିଟାଲ ସାହାଯ୍ୟରେ ଏହି ଟ୍ୟାସ୍କଫୋର୍ସ ଗଠନ କରନ୍ତୁ ।"
କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ - କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା ବୈଠକ
ଜୁଲାଇ ମାସରେ ଓଡ଼ିଶାର କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଗୁଡ଼ିକ ନିଜ ଖର୍ଚ୍ଚରେ ୧୦ ଲକ୍ଷ ଲୋକଙ୍କୁ ମାଗଣା ଟିକା ଦେବାର ଖସଡା ପ୍ରସ୍ତୁତ କରନ୍ତୁ । ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରଣାଳୟର ସଚିବ, ଭାରତୀୟ ଶିଳ୍ପ ସଂଘ, ଘରୋଇ ସ୍ୱାସ୍ଥ୍ୟାନୁଷ୍ଠାନ ଏବଂ ପିଏସୟୁ ମୁଖ୍ୟଙ୍କ ସହ କୋଭିଡ୍ ଟୀକାକରଣର ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି । ଅଧିକ ପଢ଼ନ୍ତୁ...
![କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ](https://etvbharatimages.akamaized.net/etvbharat/prod-images/768-512-12366245-thumbnail-3x2-covid.jpg)
କେନ୍ଦ୍ରମନ୍ତ୍ରୀଙ୍କ ଟୀକାକରଣ ସମୀକ୍ଷା, କର୍ପୋରେଟ୍ ଭ୍ୟାକ୍ସିନେସନ ଟାସ୍କ ଫୋର୍ସ ଗଠନ ପାଇଁ ପ୍ରସ୍ତାବ
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ