ଭୁବନେଶ୍ବର: ବାଲେଶ୍ବର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଶୋକପ୍ରକାଶ କରିବା ସହ କହିଛନ୍ତି,‘ବାଲେଶ୍ବରର ବିଧାୟକ ମଦନମୋହନ ଦତ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।’
ସେହିପରି ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ‘ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ ।’