ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ସ୍ବାଗତ

କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By

Published : May 28, 2020, 10:38 PM IST

cm naveen patnaik, central minister dharmendra pradhan, bande utkal janani, bjp welcomes cm's call, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବନ୍ଦେ ଉତ୍କଳ ଜନନୀ ଗାନ, ମୁଖ୍ୟମନ୍ତ୍ରୀଙ୍କ ଆହ୍ବନକୁ ବିଜେପିର ସ୍ବାଗତ
ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକୁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଜେପିର ସ୍ବାଗତ

ଭୁବନେଶ୍ବର: କୋଭିଡ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ସ୍ବାଗତ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବ ମହାମାରୀ କୋରୋନା ଲଢେଇରେ ପ୍ରଥମ ଧାଡିର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ସହ ଏହା ଦେଶ ପ୍ରେମର ନିବେଦନ । ବନ୍ଦେ ଉତ୍କଳ ଜନନୀ ସାଢ଼େ 4 କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ଓ ଭାବନା ସହ ଜଡ଼ିତ । ମାଟି ମାଆକୁ ଉତ୍ସର୍ଗ ହୋଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ପ୍ରେରଣାଦାୟୀ ବନ୍ଦେ ଉତ୍କଳ ଜନନୀକୁ ଗାନ କରିବା ପାଇଁ ସେ ଓଡିଶାବାସୀ ଓ ଦଳର ସମସ୍ତ କାର୍ଯ୍ୟକର୍ତ୍ତାମାନଙ୍କୁ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 30 ତାରିଖରେ କୋରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ବାନକୁ ସ୍ବାଗତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଏନେଇ ସେ ଟ୍ବିଟ୍ କରି କହିଛନ୍ତି କି କୋରୋନା ମହାମାରୀ ବିରୋଧୀ ଲଢେଇରେ ସାରା ଦେଶ ଓ ଆମ ରାଜ୍ୟ ଓଡିଶା ଏକ ହୋଇ ଠିଆ ହୋଇଛେ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା 30 ତାରିଖରେ କୋରୋନା ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଓତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ କରିଥିବା ଆହ୍ବାନକୁ ସେ ସ୍ବାଗତ କରିଛନ୍ତି ।

ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ବର୍ଷକୁ ଏକ କରିବା ପାଇଁ ଘଣ୍ଟ ଘଣ୍ଟା ଓ ଥାଳି ବଜାଇବା ସହିତ ସମସ୍ତଙ୍କୁ ଦୀପ ଜାଳି କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବାକୁ ଅନୁରୋଧ କରିଥିଲେ । ସାରା ଦେଶ ଏହି ଆହ୍ବାନରେ ଏକ ହୋଇ ଠିଆ ହୋଇଥିଲେ । ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ସହ କୋରୋନା ଯୋଦ୍ଧାଙ୍କ ସମ୍ମାନରେ ଦଳର ସମସ୍ତ କାର୍ଯ୍ୟକର୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନରେ ଏକ ହୋଇ ସାମିଲ ହେବାକୁ ସମୀର ମହାନ୍ତି ଟ୍ବିଟ୍ ଜରିଆରେ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details