ଓଡିଶା

odisha

ETV Bharat / city

ଗ୍ୟାସ ଦର ହ୍ରାସ ପ୍ରସଙ୍ଗ; ପୁରିଲା କଣ୍ଟ, ଆନ୍ଦୋଳନ କରିବ ବିଜେଡି - ଆନ୍ଦୋଳନ କରିବ ବିଜେଡି

ପୁଣି ଥରେ ଜାଲେଣି ଗ୍ୟାସ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ଅଧିକ ପଢନ୍ତୁ

ବିଜେଡି
ବିଜେଡି

By

Published : Nov 17, 2021, 9:58 PM IST

ଭୁବନେଶ୍ବର:ପୁଣି ଥରେ ଜାଲେଣି ଗ୍ୟାସ ଓ ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି । ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ଏନେଇ ପୂର୍ବରୁ ଦଳ ଘୋଷଣା କରିଥିଲେ ମଧ୍ୟ 10 ଦିନ କେନ୍ଦ୍ର ସରକାରଙ୍କୁ ମହଲତ ଦେଇଥିଲା । ତେବେ କେନ୍ଦ୍ର ସରକାର ଗ୍ୟାସ ଦର ହ୍ରାସ କରି ନଥିବାରୁ ଘୋଷଣା ମୁତାବକ ଆନ୍ଦୋଳନ କରିବ ବିଜେଡି ।

ଗ୍ୟାସ ଦର ହ୍ରାସ ନେଇ ଶୁଣିଲେ ନି କେନ୍ଦ୍ର ସରକାର; ଆନ୍ଦୋଳନ କରିବ ବିଜେଡି

ଆଜି(ବୁଧବାର) ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଗ୍ୟାସ ଦର ବୃଦ୍ଧି ନେଇ ରାଜ୍ୟର ମା ଭଉଣୀ ମାନେ ପ୍ରଭାବିତ ହୋଇଛନ୍ତି । ତାଙ୍କର ଖର୍ଚ୍ଚ ବଢିଛି । ଯେଉଁ ସରକାର ଉଜ୍ବଳା ଯୋଜନା କରି ମା ଉଭଣୀଙ୍କୁ ଗ୍ୟାସ ଦେଇ ତାଙ୍କର ଆଚ୍ଛା ଦିନ ଆଣିବାକୁ କହିଥିଲା ଏବେ ସେହି ସରକାର ଦୁର୍ଦ୍ଦିନ ଆଣିଛି । ଗ୍ୟାସ ଦର ଗତ 3 ବର୍ଷରେ ଅହେତୁକ ଭାବେ ବୃଦ୍ଧି ପାଇଛି । ପ୍ରମିଳା କହିଛନ୍ତି ବିଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦% ବୃଦ୍ଧି ପାଇଛି । ବର୍ଷ ୨୦୧୬-୧୭ ରେ ୧୪ କିଲୋ ସିଲିଣ୍ଡରର ଦାମ ୫୪୯ ଟଙ୍କା ଥିବା ବେଳେ ଏବେ ଏହା ୯୨୬ ଟଙ୍କାରେ ପହଁଛି ।

ତେଣୁ ରାଜ୍ୟର ମା ଉଭଣୀଙ୍କ ସ୍ବାର୍ଥ ପାଇଁ ବିଜୁ ଜନତା ଦଳ ଆନ୍ଦୋଳନ କୁ ଓହ୍ଲାଇବ । ତେବେ ଆନ୍ଦୋଳନ ଆରଡିସି ସ୍ତରୀୟ ହେବ । ତଥା ରାଜ୍ୟର 3 ଟି ଆରଡିସି ମୁଖ୍ୟାଳୟ ସମ୍ମୁଖରେ ଓ ଏହାର ଅଧିନସ୍ଥ ସମସ୍ତ ବ୍ଲକ ସମ୍ମୁଖରେ ହେବ । ଆନ୍ଦୋଳନ ପ୍ରଥମେ ୨୨ ନଭେମ୍ବରରେ କଟକ ଆରଡିସି ମୁଖ୍ୟାଳୟ ସମ୍ମୁଖରେ ହେବ । ସେହିପରି ୨୩ ନଭେମ୍ବର ରେ ସମ୍ବଲପୁର ଆରଡିସି ମୁଖ୍ୟାଳୟ ସମ୍ମୁଖରେ ଓ ଶେଷରେ ୨୪ ନଭେମ୍ବରରେ ବ୍ରହ୍ମପୁର ଆରଡିସି ମୁଖ୍ୟାଳୟ ସମ୍ମୁଖରେ ହେବ ବୋଲି ପ୍ରମିଳା କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details