ଓଡିଶା

odisha

ETV Bharat / city

କେନ୍ଦ୍ର ସରକାରଙ୍କ ପ୍ୟାକେଜ ଏକ ଅସଫଳ ଉଦ୍ୟମ: କଂଗ୍ରେସ - ନୂତନ କୋଭିଡ ପ୍ୟାକେଜ

ମହାମାରୀ ଯୋଗୁଁ ଭୁଷୁଡ଼ି ପଡ଼ିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । କିନ୍ତୁ ଏହି ପ୍ୟାକେଜ ପୁନଃ ଏକ ଅସଫଳ ଉଦ୍ୟମ ବୋଲି କଂଗ୍ରେସ ଦାବି କରିଛି । ଏହି ପ୍ୟାକେଜ କେବଳ ବ୍ୟାଙ୍କ ନିର୍ଭରଶୀଳ ଓ ସରକାରୀ ଗ୍ୟାରେଣ୍ଟି ଉପରେ ଭରସା ରଖିଛି । ଅଧିକ ପଢ଼ନ୍ତୁ...

କେନ୍ଦ୍ର ସରକାରଙ୍କ ପ୍ୟାକେଜ ଏକ ଅସଫଳ ଉଦ୍ୟମ : କଂଗ୍ରେସ
କେନ୍ଦ୍ର ସରକାରଙ୍କ ପ୍ୟାକେଜ ଏକ ଅସଫଳ ଉଦ୍ୟମ : କଂଗ୍ରେସ

By

Published : Jun 29, 2021, 5:04 PM IST

ଭୁବନେଶ୍ବର:ମହାମାରୀ ଯୋଗୁଁ ଭୁଷୁଡ଼ି ପଡ଼ିଥିବା ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଅର୍ଥମନ୍ତ୍ରୀଙ୍କ ଏହି ପ୍ୟାକେଜକୁ ଦୁଃଖଦାୟକ ଓ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ । ଏହି ପ୍ୟାକେଜ କେବଳ ବ୍ୟାଙ୍କ ନିର୍ଭରଶୀଳ ଓ ସରକାରୀ ଗ୍ୟାରେଣ୍ଟି ଉପରେ ଭରସା ରଖିଛି ।

କେନ୍ଦ୍ର ସରକାରଙ୍କ ପ୍ୟାକେଜ ଏକ ଅସଫଳ ଉଦ୍ୟମ : କଂଗ୍ରେସ

କଂଗ୍ରେସର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି ଯେ, "କୋରୋନା ମହାମାରୀର ପ୍ରଥମ ଲହର ବେଳେ କେନ୍ଦ୍ର ସରକାର ଖୁବ୍ ବଡ଼ ପ୍ୟାକେଜ ଘୋଷଣା କରିଥିଲେ । ପ୍ରାୟ କୋଡ଼ିଏ ଲକ୍ଷ କୋଟି ଟଙ୍କାର ଘୋଷଣା କରାଯାଇଥିଲା, ଯେଉଁଥିରୁ ଦୁଇ ଲକ୍ଷ କୋଟି ଟଙ୍କା ଛାଡ଼ି ଦେଲେ ବାକି ଅର୍ଥ ବ୍ୟାଙ୍କ ଉପରେ ନିର୍ଭରଶୀଳ ଥିଲା । ବ୍ୟାଙ୍କ ଋଣ ଦେଲେ ନାହିଁ ଅବା କେହି ରଣ ନେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ସମସ୍ତ ଘୋଷଣା ଅସଫଳ ହେଲା । ଯେଉଁଥିପାଇଁ ଏଥର ବ୍ୟାଙ୍କ ଋଣ ସହିତ ସରକାରୀ ଗ୍ୟାରେଣ୍ଟି ଯୋଡା ହୋଇରହିଛି ।"

କୋରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଅର୍ଥନୀତିରେ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ଏହି ପ୍ୟାକେଜ ପୁନଃ ଏକ ଅସଫଳ ଉଦ୍ୟମ ବୋଲି କଂଗ୍ରେସ ଦାବି କରିଛି । କେବଳ କୃଷି ସହାୟତା ନାମରେ ଯେଉଁ ଅର୍ଥ ବରାଦ ରହିଛି ତାହା ସାର ଉତ୍ପାଦନକାରୀ ବେପାରୀଙ୍କ ହାତକୁ ହିଁ ଯିବ । ସେଥିରୁ ଏକ ବୃହତ୍ତ ଅଂଶ ଭାରତୀୟ ଜନତା ପାର୍ଟିର ନେତା ଓ ପାର୍ଟିର ନିର୍ବାଚନ ପାଣ୍ଠିକୁ ଆସିବ । ସେଥିରୁ ଏକ ବୃହତ୍ତ ଅଂଶ ଭାରତୀୟ ଜନତା ପାର୍ଟିର ନେତା ଓ ପାର୍ଟିର ନିର୍ବାଚନ ପାଣ୍ଠିକୁ ଆସିବା ନେଇ କଂଗ୍ରେସ ଅଭିଯୋଗ କରିଛି ।

ଏହି ପ୍ୟାକେଜ ଦ୍ବାରା କେବେ ବି ବଜାରରେ ସ୍ଥିତି ବଦଳିବ ନାହିଁ । କ୍ରୟଶକ୍ତି ଅଭାବରୁ ବଜାରରେ ଆବଶ୍ୟକତା (demand)ର ବୃଦ୍ଧି ଘଟିବ ନାହିଁ । ଫଳରେ ଉତ୍ପାଦନ ବୃଦ୍ଧିର ଆବଶ୍ୟକତା ଓ ବାହରକୁ ଯୋଗାଣ (supply) ବଢ଼ିବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପଞ୍ଚାନନ । ଖାଉଟିମୁଖ ଅର୍ଥନିତୀରେ ଖାଉଟି କାରବାର ହିଁ ଦେଶର ସାମଗ୍ରିକ ଅଭିବୃଦ୍ଧିରେ ପାଖାପାଖ ୫୫୯ ସହଯୋଗ ଦେଇଥାଏ ।

ପ୍ୟାକେଜର ମୁଖ୍ୟ ଅଂଶ ସ୍ବାସ୍ଥ୍ୟ ଓ ଚିକିତ୍ସାରେ ବ୍ୟବହାର ପାଇଁ ଉଦ୍ଧିଷ୍ଟ । ହେଲେ ଏହା କେବଳ ସ୍ୱାସ୍ଥ୍ୟ ବେପାରିଙ୍କୁ ସାହାଯ୍ୟ କରିବ । ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ପର୍ଯ୍ୟଟନ କ୍ଷେତ୍ର ପାଇଁ କରାଯାଇଥିବା ବ୍ୟବସ୍ଥା ଏବେ ଆଦୌ କାମରେ ଲାଗିବ ନାହିଁ । ବର୍ତ୍ତମାନ କୋରୋନା ମହାମାରୀର ଦ୍ଵିତୀୟ ପର୍ଯ୍ୟାୟ ଚାଲିଛି ।

କୋରୋନାର ଆଉ ଏକ ଲହର ଆସିବା ନେଇ ଚର୍ଚ୍ଚା ହେଉଛି । ତୀର୍ଥଯାତ୍ରୀଙ୍କୁ ମନ୍ଦିର ମନା ହୋଇଛି । ସେହି ସମୟରେ ପର୍ଯ୍ୟଟନ କ୍ଷେତ୍ରପାଇଁ ବ୍ୟୟ ବରାଦ ତତକ୍ଷଣାତ ଅର୍ଥନୀତିକୁ ସଜାଡ଼ିବାରେ ଆଦୌ ସହାୟକ ହେବ ନାହିଁ ବୋଲି ପଞ୍ଚାନନ ମତ ରଖିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details