ଓଡିଶା

odisha

ETV Bharat / city

ଖାଇବା ତେଲର ମୂଲ୍ୟ ହ୍ରାସ ଚିନ୍ତା, ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର - central government lettter to state

କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (DFPD) ଖାଇବା ତେଲର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସାମଗ୍ରୀର ଭଣ୍ଡାର (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି । ଅଧିକ ପଢ଼ନ୍ତୁ...

ଖାଇବା ତେଲର ମୂଲ୍ୟ ହ୍ରାସ ଚିନ୍ତା, ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର
ଖାଇବା ତେଲର ମୂଲ୍ୟ ହ୍ରାସ ଚିନ୍ତା, ରାଜ୍ୟମାନଙ୍କୁ ପତ୍ର ଲେଖିଲେ କେନ୍ଦ୍ର ସରକାର

By

Published : Oct 24, 2021, 10:32 PM IST

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (DFPD) ଖାଇବା ତେଲର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ସାମଗ୍ରୀର ଭଣ୍ଡାର (ଷ୍ଟକ) ସୀମା ନିର୍ଦ୍ଧାରଣ କରିଛନ୍ତି । ଏ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା ପାଇଁ ଆସନ୍ତାକାଲି ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ସହିତ ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୈଠକ ଡକାଯାଇଛି ।

DFPD ସଚିବ ସୁଧାଂଶୁ ପାଣ୍ଡେଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ପଠାଯାଇଥିବା ପତ୍ରରେ ବିଭାଗ ପକ୍ଷରୁ ଏନେଇ ଆବଶ୍ୟକ ସୂଚନା ଦିଆଯାଇଛି । ଉପଭୋକ୍ତାମାନଙ୍କୁ ଦରବୃଦ୍ଧିରୁ ଆଶ୍ବସ୍ତି ପ୍ରଦାନ କରିବା ଏବଂ ପାର୍ବଣ ଋତୁକୁ ଧ୍ୟାନରେ ରଖି ଖାଇବା ତେଲର ମୂଲ୍ୟ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପର ଏକ ରୂପରେଖ ପ୍ରସ୍ତୁତ କରାଯାଇଛି । DFPD ପକ୍ଷରୁ ଖାଇବା ତେଲର ଦର ଏବଂ ଉପଭୋକ୍ତାଙ୍କ ପାଇଁ ଏଗୁଡ଼ିକର ଉପଲବ୍ଧତା ଅନୁଧ୍ୟାନ କରାଯାଉଛି । ପାର୍ବଣ ଋତୁ ଦୃଷ୍ଟିରେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, କାରଣ ଏହି ସମୟରେ ଖାଇବା ତେଲର ଚାହିଦା ବୃଦ୍ଧି ପାଇଥାଏ ।

ସରକାରଙ୍କ ପକ୍ଷରୁ ଏହାପୂର୍ବରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇସାରିଛି । ସମସ୍ତ ରାଜ୍ୟ ଏବଂ ଖାଇବା ତେଲ ଉଦ୍ୟୋଗ ସଂଘଗୁଡ଼ିକ ସହିତ ଆଲୋଚନା କରାଯାଇଛି । ଏହି ଆଲୋଚନାକୁ ଆଧାର କରି ଭଣ୍ଡାର ସୂଚନା ଦେବା ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । DFPD ପକ୍ଷରୁ ଦେଶରେ ସାପ୍ତାହିକ ଆଧାରରେ ଖାଇବା ତେଲ, ତୈଳବୀଜର ଭଣ୍ଡାର ଅନୁଧ୍ୟାନ ଲାଗି ଏକ ‍ୱ‍େବପୋର୍ଟାଲ ପ୍ରସ୍ତୁତ କରାଯାଇଛି ।


ଉପଭୋକ୍ତାମାନଙ୍କର ପସନ୍ଦ ଅନୁସାରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଲାଗି ଖାଇବା ତେଲର ଚାହିଦା ଏବଂ ଖର୍ଚ୍ଚ ଭିନ୍ନଭିନ୍ନ ହୋଇଥାଏ । ତେବେ ଖାଇବା ତେଲ ଏବଂ ତୈଳ ବୀଜ ଭଣ୍ଡାର ସୀମାର ପରିମାଣକୁ ଅନ୍ତିମ ରୂପ ଦେବା ପାଇଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଠାରୁ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ଭଣ୍ଡାରଣ ସୀମା ଉପରେ ବିଚାର ଓ ପରାମର୍ଶ ଗ୍ରହଣ କରାଯିବ ।

ରିଫାଇନର, ମିଲର, ପାଇକାରୀ ବ୍ୟବସାୟୀଙ୍କ ସମେତ ସମସ୍ତ ଅଂଶୀଦାରମାନେ ଯେପରି ଦୁଇ ମାସରୁ ଅଧିକ କ୍ଷମତା ପର୍ଯ୍ୟନ୍ତ ଷ୍ଟକ୍ ରଖିବେ ନାହିଁ ସେ ସମ୍ପର୍କରେ ନିୟମ ନିର୍ଦ୍ଧାରଣ କରିବା ପାଇଁ ବିଚାର କରାଯାଉଛି । ତେବେ ଅନ୍ୟ ଶ୍ରେଣୀଗୁଡ଼ିକରେ ରାଜ୍ୟ ପାଇଁ ଅନୁକୂଳ ସମାନ ମାତ୍ରା ନିର୍ଦ୍ଧାରିତ କରାଯାଇପାରିବ । ଉଦାହରଣ ସ୍ବରୂପ ରିଫାଇନର ପାଇଁ ଗତ ଛଅ ମାସର ହାରାହାରୀ ପରିମାଣ ମଧ୍ୟରୁ ସର୍ବାଧିକ 2 ମାସର ଷ୍ଟକ ଉପଯୋଗ କରାଯାଇପାରିବ । ସେହିପରି ରପ୍ତାନିକାରୀ ଓ ମିଲରମାନଙ୍କ ପାଇଁ ମଧ୍ୟ ମାତ୍ରା ନିର୍ଦ୍ଧାରଣ କରାଯାଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details